Saturday, March 1, 2025
36.1 C
Odisha

    ମାଛ ଆଣିବାକୁ ଯାଇ ଦୁଇ ଯୁବକ ନିଖୋଜ 

    ଆଗକୁ ପଢନ୍ତୁ

    ଜଳେଶ୍ୱର : ମାଛ ଆଣିବାକୁ ଯାଇ ପିକ୍‌ଅପ ଭ୍ୟାନ ସହ ଦୁଇ ଯୁବକ ନିଖୋଜ ଥିବା ଅଭିଯୋଗ ହୋଇଛି । ରାଜପୁର ଗ୍ରାମର ମଇଦ୍ ଖାଁଙ୍କ ୩୫ ବର୍ଷର ପୁଅ ଆଜମେର ଖାଁ ଦୀର୍ଘଦିନ ଧରି ବଡ଼ବଜାର ନିକଟରେ ମାଛ ହୋଲସେଲ ବେପାରକରି ପରିବାର ପ୍ରତିପୋଷଣ କରି ଆସୁଥିଲେ । ଆଜମେର ବାଲୁଗାଁରୁ ମାଛ ଆଣି ଜଳେଶ୍ୱର ଅଞ୍ଚଳରେ ବେପାର କରୁଥିବାବେଳେ ଗତ ୧୪ ତାରିଖ ଦିନ ନିଜ ଭଣଜା କାଦରାୟାଁ ପଞ୍ଚାୟତର ତେଘରୀ ଗ୍ରାମର ସେକ୍ ପାଓରୁଦ୍ଦିନଙ୍କ ପୁତ୍ର ସେକ ସଦିରୁଦ୍ଦିନଙ୍କ ପିକଅପ୍ ଭ୍ୟାନ ନେଇ ମାଛ ଆଣିବାକୁ ମାମୁଁ , ଭଣଜା ବାହାରି ଯାଇଥିଲେ । ୧୪ ତାରିଖ ଦିନ ଗୋଟାଏ ସମୟରେ ବାଲୁଗାଁ ବାହାରି ଯାଇଥିବା ବେଳେ ଅପରାହ୍ନ ସମୟରୁ ଉଭୟଙ୍କର ମୋବାଇଲ ଫୋନ ସୁଇଚ୍ ଅଫ୍ ରହିଛି । ସେମାନଙ୍କର କୌଣସି ତଥ୍ୟ ମିଳିପାରି ନ ଥିବାରୁ ବାଧ୍ୟ ହୋଇ ପରିବାର ବର୍ଗ ୧୫ ତାରିଖରେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନାହିଁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    15 %
    2.2kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    37 °
    Wed
    37 °

    ସମ୍ବନ୍ଧିତ