Saturday, July 27, 2024
24.6 C
Odisha

    ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ବେଲଦା ଗ୍ରାମରେ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ବାଡ଼ି ନିକଟରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଯୋଜନାବଦ୍ଧ ଭାବେ ବୃଦ୍ଧାଙ୍କ ପୁଅ-ବୋହୂ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜଳେଶ୍ୱର ଏସ୍‌ଡିପିଓଙ୍କ ସହ କମର୍ଦ୍ଦା ଥାନା ପୁଲିସ ଏବଂ ବାଲେଶ୍ୱରରୁ ଆସିଥିବା ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ଏହି ଗ୍ରାମର ଖୁଦିରାମ ବେରାଙ୍କ ସ୍ତ୍ରୀ ମଞ୍ଜୁରାଣୀ ବେରା ଶନିବାର ବିଳମ୍ୱିତ ରାତିରେ ଦେହରେ ନିଆଁ ଲାଗିଥିବା ଅବସ୍ଥାରେ ବାହାରକୁ ଆସିଥିଲେ । ଚିତ୍କାର ଶୁଣି ପଡ଼ୋଶୀ ଦୌଡ଼ି ଆସିଥିଲାବେଳେ ମଞ୍ଜୁରାଣୀଙ୍କ ପୁଅ ଓ ବୋହୂ ଉଠି ନ ଥିଲେ । ସକାଳେ ତାଙ୍କର ଅର୍ଦ୍ଧଦଗ୍ଧ ମୃତ ଦେହ ବାଡ଼ି ପଟୁ ଦେଖିବାକୁ ମିଳିଥିଲା । ଗ୍ରାମବାସୀଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାବେଳେ ମଞ୍ଜୁରାଣୀ ନିଜେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ପରିବାର ଲୋକେ ପୁଲିସ ଆଗରେ ବୟାନ ଦେଇଛନ୍ତି । ଅନ୍ୟପକ୍ଷରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ କୁ ଜବଦ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ