Monday, March 30, 2026
25.1 C
Odisha

    ନବୀନ ସରକାର ଦେଲେ ବଡ ଗ୍ୟାରେଣ୍ଟି, ମିଶନ ଶକ୍ତି ମହିଳା ପାଇବେ ପେନସନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟ ସରକାର ରାଜ୍ୟର ଭିନ୍ନଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ଜନହିତକର ଯୋଜନା କରିଛନ୍ତି। ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ରାଜ୍ୟ ସରକାର ମିଶନଶକ୍ତିରେ କାମକରୁଥିବା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ରାଜ୍ୟରେ ପୁଣି ଥରେ ବିଜେଡି ସରକାର ଗଠନ କରେ ତେବେ ମିଶନଶକ୍ତିରେ କାମକରୁଥିବା ସମସ୍ତ ମହିଳା ଅବସର ନେବାପରେ ସେମାନଙ୍କ ଜୀବନଜୀବିକା ପାଇଁ ସେମାନଙ୍କୁ ପେନସନ ପ୍ରଦାନ କରାଯିବ। ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ମିଶନଶକ୍ତି ଯୋଜନା ଏବେ ରାଜ୍ୟର ମହିଳାମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଛି। ଏହା ମହିଳାମାନଙ୍କ ଅର୍ଥନୈତିକ ଶସକ୍ତିକରଣ ଓ ସେମାନଙ୍କ ସାମାଜିକ ସଶକ୍ତିକରଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ମହିଳାମାନେ ସ୍ୱାଧୀନ ଭାବେ ରୋଜଗାର କରିବା ଏବଂ ରୋଜଗାର ପାଇଁ ସକ୍ଷମହେବା ଦିଗରେ ଏହି ଯୋଜନା କାମକରୁଛି। ଏଣୁ ମିଶନଶକ୍ତି କାର୍ଯ୍ୟକ୍ରମ ଅଧିନରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ଦେବାରେ ରାଜ୍ୟସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

    ରାଜ୍ୟର ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ମିଶନଶକ୍ତି ସହାୟତାରେ ଛୋଟ ଛୋଟ ଶିଳ୍ପ ଗଠନ କରି ନିଜେ ସ୍ୱାବଲମ୍ବୀହେବା ସହ ଅନ୍ୟ ମହିଳାମାନଙ୍କୁ ରୋଜଗାର ଯୋଗାଉଛନ୍ତି। କେବଳ ସେତିକି ନୁହେଁ ପୂର୍ବରୁ ଗ୍ରାମାଞ୍ଚଳରେ ସାଧାରଣ ପରିବାରର ମହିଳାମାନେ କେବଳ ପୁରୁଷଙ୍କ ରୋଜଗାର ଉପରେ ଭରସା କରୁଥିଲେ ,ହେଲେ ମିଶନ ଶକ୍ତି କାର୍ଯ୍ୟକାରୀ ହେବାପରେ ମହିଳାମାନେ ମଧ୍ୟ ରୋଜଗାର କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ