Sunday, October 25, 2026
20.1 C
Odisha

    ବିଧାନସଭାରେ ମୋବାଇଲ୍ ଓ ପାଣି ବୋତଲ ନେବା ମନା, ନିର୍ଦ୍ଦେଶ ଦେଲେ ବାଚସ୍ପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଧାନସଭାରେ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ବାରଣ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏପରି କହିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଗୃହରେ ଜଣେ ବିଧାୟକ ଫଟୋ ଉଠାଇଥିବା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

    ସେହିପରି ଗୃହ ଭିତରେ ମୋବାଇଲ ଫୋନରେ କଥା ହେଉଥିବା ଦେଖିବାକୁ ମିଳୁଛି । ଯେଉଁଥିରୁ କ୍ଷାନ୍ତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଗୃହରେ ଏ ସବୁ କରିବା ଅନୁଚିତ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ତାଗିଦ କରିଛନ୍ତି ବାଚସ୍ପତି । ଏଥିସହ ବାହାରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନେଇ ନ ଆସିବାକୁ ବାଚସ୍ପତି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.1 ° C
    20.1 °
    20.1 °
    68 %
    1.7kmh
    20 %
    Sun
    20 °
    Mon
    28 °
    Tue
    29 °
    Wed
    24 °
    Thu
    25 °

    ସମ୍ବନ୍ଧିତ