Wednesday, July 1, 2026
24.9 C
Odisha

    ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ

    ଆଗକୁ ପଢନ୍ତୁ

    ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ କିଭଳି ଭାବେ ପରିଚାଳନା କରାଯାଇ ପାରିବ ସେ ସଂପର୍କରେ ଲୋକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆକସ୍ମିକ ଅଗ୍ନିକାଣ୍ଡ ଓ ବିଦ୍ୟୁତ ସର୍ଟସର୍କିଟ ଜନିତ ଅଗ୍ନିକାଣ୍ଡ ବେଳେ କିଭଳି ଲୋକଙ୍କୁ ଉଦ୍ଧାର କରାଯିବା ସହ ବନ୍ୟା ସମୟରେ ଲାଇଫ ଜ୍ୟାକେଟ ଲୋକଙ୍କୁ ପିନ୍ଧାଇ ପାଣିରେ ବୁଡ଼ିଯାଉଥିବା ଲୋକଙ୍କର କିଭଳି ଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ଶିକ୍ଷା ପ୍ରଦାନ କରାଯାଇଥିଲା ।

    ସେହିପରି ସିଡ଼ି ଓ ରସି ସାହାଯ୍ୟରେ ଛାତ କିମ୍ବା ବହୁତଳ ବିଶିଷ୍ଟ କୋଠା ଅଟାଳିକା ଉପରୁ ଲୋକଙ୍କୁ ଉଦ୍ଧାର କରିହେବ ସେନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ରୋଷେଇ ସମୟରେ ଗ୍ୟାସ ଟାଙ୍କିରେ ହଠାତ ନିଆଁ ଲାଗିଲେ ଚାଦର ହଉ କିମ୍ବା ବାଲତି ଭଳି ସାମଗ୍ରୀ ଘୋଡ଼ାଇ କିଭଳି ଲିଭାଯାଇ ପାରିବ ସେ ସଂପର୍କରେ ଉପସ୍ଥିତ ଅଧିକାରୀମାନେ ଶିକ୍ଷା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    92 %
    0.7kmh
    100 %
    Wed
    26 °
    Thu
    31 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ