Monday, March 23, 2026
20.3 C
Odisha

    ୟୁକ୍ରେନରୁ ଫେରି ପୁଟିନଙ୍କୁ ଫୋନ କଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନିକଟରେ ୟୁକ୍ରେନ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ରୁଷିଆ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି କଥାବାର୍ତ୍ତା ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। ନିକଟରେ ୟୁକ୍ରେନ ଗସ୍ତ ସମୟରେ ମିଳିଥିବା ଅନୁଭୂତିକୁ ସେ ରୁଷରାଷ୍ଟ୍ରପତିଙ୍କ ସହ ବାଣ୍ଟିଥିଲେ ଏବଂ ୟୁକ୍ରେନ ସହ ବିବାଦର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।ଦୁଇ ଦେଶ ମଧ୍ୟରେ ସ୍ପେଶାଲ ଏବଂ ପ୍ରିଭିଲେଜ୍ଡ ଷ୍ଟ୍ରାଟେଜିକ ପାର୍ଟନରସିପ ( ବିଶେଷ ରଣନୈତିକ ସହଯୋଗିତା)କୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି ବୋଲି ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି। ସେ ଲେଖିଛନ୍ତି, ରୁଷ୍-ୟୁକ୍ରେନ୍ ସଂଘର୍ଷ ଉପରେ ମତ ବିନିମୟ କରିଥିଲୁ ଏବଂ ନିକଟରେ ମୋର ୟୁକ୍ରେନ ଗସ୍ତରୁ ମିଳିଥିବା ଅନୁଭୂତି କହିଥିଲୁ। ସଂଘର୍ଷର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ