Saturday, March 21, 2026
32.6 C
Odisha

    ମୋଦୀ, ଶାହଙ୍କ କଥା ରହିଲା: ଜୁନ୍‌ ୪ ହେଲା ବିଜେଡି ସରକାରର ଏକ୍ସପାଏରି ଡେଟ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ପ୍ରଚାର ସମୟରେ କହିଥିଲେ ଯେ ଜୁନ୍‌ ୪ ହେଉଛି ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରି ଡେଟ୍‌। ଜୁନ୍‌ ୧୦ରେ ବିଜେପି ସରକାର ଗଠନ କରିବ। ଜଣେ ଓଡ଼ିଆ ପୁଅ/ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କେବଳ ଏତିକି ନୁହେଁ, ମୋଦୀ କହିଥିଲେ, ସେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଓଡ଼ିଶାରେ କରିଥିବା ଦୁଇଟି ନିର୍ବାଚନୀ ସଭାରେ ରାଜ୍ୟରେ ସରକାର ପରିବର୍ତ୍ତନ କରିବାକୁ ଲୋକ ଚାହୁଁଥିବା ତା’ର ଆଭାସ ପାଇଥିଲେ। ଏପରିକି ଗୁଜୁରାଟରେ ରହୁଥିବା ଓଡ଼ିଆମାନଙ୍କ ମଧ୍ୟରେ ହୋଇଥିବା ସର୍ଭେରୁ ଓଡ଼ିଶାରେ ସରକାର ପରିବର୍ତ୍ତନ କରିବାକୁ ସମସ୍ତେ ଚାହୁଁଥିବା ସେ ଜାଣିବାକୁ ପାଇଥିଲେ। ଓଡ଼ିଶାବାସୀଙ୍କ ଭାବନାକୁ ବୁଝି ପାରି ଓଡ଼ିଶାରେ ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ମୋଦୀ କହିଥିଲେ। ଆଜିର ନିର୍ବାଚନୀ ଫଳ ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରମାଣିତ କରିଦେଇଛି।

    ଅପରପକ୍ଷେ ବିଜେପିର ଚାଣକ୍ୟ ଭାବେ ପରିଚିତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ସଭାରେ ଯେତେବେଳେ ପ୍ରଥମେ କେତେ ସିଟ୍ ଜିତିବେ ବୋଲି ଆକଳନ କରିଥିଲେ, ସେତେବେଳେ ସେ କହିଥିଲେ ଯେ ବିଜେପି ୭୫ରୁ ଅଧିକ ଆସନ ଜିତି ଓଡ଼ିଶାରେ ସରକାର ଗଠନ କରିବ। ଲୋକସଭାରେ ୧୭ରୁ ଅଧିକ ଆସନ ଜିତିବ। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୁବ୍‌ଶୀଘ୍ର ବିଧାୟକ ଦଳ ବୈଠକ ବସି ବିଧାୟକ ଦଳ ନେତା ମନୋନୀତ କରାଯିବ। ଜୁନ୍‌ ୧୦ରେ ହିଁ ବିଜେପି ନେତା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ