Friday, March 27, 2026
29.9 C
Odisha

    କେରଳ ଛୁଇଁଲା ମୌସୁମୀ: ଓଡିଶାକୁ ଜୁନ ୧୨ ପରେ ଆସିବା ସମ୍ଭାବନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର ଆସିଛି। ଗୁରୁବାର ମୌସୁମୀ କେରଳ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ନିଜର ଏକ୍ସ ହ୍ୟାଣ୍ଡେଲରେ ଏନେଇ ସୂଚନା ପ୍ରଦାନ କରିଛି। ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ମୌସୁମୀ ଆଗୁଆ ଆସିଛି। ଦୁଇ ଦିନ ପୁର୍ବରୁ ମୌସୁମୀ କେରଳ ଛୁଇଁଛି। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ୱାଭାବିକ ଠାରୁ ଅଧିକ ବର୍ଷା କରେଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧ ଜୁନ୍ ରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ଋତୁ ୮୭ ସେମି ପର୍ଯ୍ୟନ୍ତ ବର୍ଷା ହେଇଥାଏ, ଏଥର ୧୦୬ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ