Monday, October 12, 2026
24.4 C
Odisha

    ଗିରଫ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ନାଁରେ ଆଉ ୨୦ଟି ପ୍ଲଟ ଠାବ, ସଂଖ୍ୟା ପହଞ୍ଚିଲା ୧୦୫

    ଆଗକୁ ପଢନ୍ତୁ

    ବାଲେଶ୍ଵର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୨ ତାରିଖରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବାଲେଶ୍ବର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ଆଜି ତାଙ୍କ ନାଁରେ ଥିବା ଆଉ ୨୦ଟି ପ୍ଲଟ ଠାବ କରାଯାଇଛି। ସେ ପ୍ଲଟ କିଣାରେ ସେଞ୍ଚୁରି ପାର କରିଛନ୍ତି। ଆଜିକୁ ଲଗାଇ ତାଙ୍କର ୧୦୫ଟି ପ୍ଲଟ ଠାବ କରାଯାଇଥିବା ବାଲେଶ୍ବର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗର ସୁନାଖଣିଆ ଆଉ ଦାନ୍ତୁନ ଅଞ୍ଚଳରୁ ୨୦ଟି ପ୍ଲଟ ଠାବ ହୋଇଛି। ଗିରଫ ହେବା ପରେ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ବାଲେଶ୍ବର ଏବେ ଜେଲରେ ଥିବା ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଭିଜିଲାନ୍‌ସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ; ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନାମରେ ପୁରୀ ଡେଲାଙ୍ଗରୁ ଆରମ୍ଭ କରି ପଶ୍ଚିମବଙ୍ଗର ସୁନାକଣିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୧୦୫ଟି ପ୍ଲଟ୍‌ ରହିଛି। ସେଥିମଧ୍ୟରୁ କେବଳ ଜଳେଶ୍ବରରେ ୮୦ଟି, ପୁରୀ ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗର ସୁନାକଣିଆରେ ଗୋଟିଏ ପ୍ଲଟ୍‌ ଅଛି। ଜଳେଶ୍ବରରେ ଥିବା ଜମି ଓ ୧୨୫୦୦ ସ୍କୋୟାର୍‌ ଫୁଟ୍‌ରେ ନବନିର୍ମିତ ୫ ମହଲା ଘର, ପୈତୃକ ବାସଭବନ, ଫାର୍ମ ହାଉସ୍‌, ମାର୍କେଟ୍‌ କମ୍ପ୍ଲେକ୍ସ ଆଦିକୁ ମିଶାଇଲେ ମୋଟ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫ କୋଟି ୧୪ ଲକ୍ଷ ୯୨ ହଜାର ୫୬୧ ଟଙ୍କା ହେବ।

    ସେହିପରି ନଗଦ ୧୧ ଲକ୍ଷ ୮୧ ହଜାର ୫୮୦ ଟଙ୍କା ସହ ୧ କୋଟି ୪୪ ଲକ୍ଷ ୩୩ ହଜାର ୬୩୯ ଟଙ୍କାର ବ୍ୟାଙ୍କଜମା, ପୋଷ୍ଟାଲ୍‌ ଜମା ଓ ବୀମା କାଗଜପତ୍ର ଜବତ ହୋଇଛି। ୩୩୪.୫୫ ଗ୍ରାମ୍‌ର ସୁନା ଅଳଙ୍କାର ଓ ସୁନା ବିସ୍କୁଟ୍‌, ଗୋଟିଏ ୪ ଚକିଆ ଗାଡ଼ି (ଟାଟା ଇଣ୍ଡିକା), ୩ଟି ଦୁଇଚକିଆ ଗାଡ଼ି ଏବଂ ଗୃହ ଉପକରଣର ତାଲିକା ମଧ୍ୟ ଭିଜିଲାନ୍ସ ପାଖରେ ରହିଛି। ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ମୋଟ ୮ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଯାହା ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆୟଠାରୁ ୨୪୫ ପ୍ରତିଶତ ଅଧିକ। ଉଲ୍ଲେଖଥାଉକି, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ନାମରେ ମଧ୍ୟ ଅନେକ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ଏ ନେଇ ଭିଜିଲାନ୍‌ସର ବୈଷୟିକ ଟିମ୍‌ ଖୋଳତାଡ଼ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ