Sunday, September 13, 2026
28.7 C
Odisha

    ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ରୁପ୍ରା: କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧୀନ ରୁପ୍ରା ଭାୟା ବାଲିପଡା ଦେଇ ଯାଇଥିବା ପିଡବ୍ଲୁଡି ରାସ୍ତାର ନିଘୁପଡା ଛକ ଠାରେ ଆଜି ଅପରାହ୍ନରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ମୃତ ଶିକ୍ଷକ ହେଲେ ଜୀବିତ ନାଗ।
    ସୂଚନା ମୁତାବକ ନର୍ଲାବ୍ଲକ୍ ଘୋଡାବନ୍ଧ ପଞ୍ଚାୟତ ଅଧିନ ଯୋଡାବନ୍ଧ ଗ୍ରାମର ଜଗତ ନାଗଙ୍କ ପୁଅ ଜୀବିତ ନାଗ (୫୨) ଉକ୍ତ ବ୍ଲକ ଅଧୀନ ଗିଗିନା ଗ୍ରାମ ପଞ୍ଚାୟତର ସିନାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ଆଜି ଅପରାହ୍ନ ପ୍ରାୟ ୩ଟାରେ ଅଫିସ୍ କାମରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ଏହି ସମୟରେ ବାଲିପଡା ପଟୁ ତିତକେଲା ଗ୍ରାମର ଜଣେ ବ୍ୟକ୍ତି ନମ୍ୱର ପଢି ହେଉନଥିବା ବାଇକରେ ଆସି ଶ୍ରୀ ନାଗଙ୍କ ବାଇକ(ଓଆର ୦୩ଜି ୬୨୬୧) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି।

    ଏହି ଖବର୍ ପାଇ ନର୍ଲା ଶିକ୍ଷକ ସଂଘର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି କରିଛନ୍ତି। ଏଥି ସହିତ ରାସ୍ତାରୋକ କରିଛନ୍ତି। ତେବେ ଘଟଣା ସମ୍ପର୍କରେ ଖବର ପାଇବା ପରେ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରେ କେସିଙ୍ଗା ଓ ନର୍ଲା ପୁଲିସ୍ ପହଞ୍ଚି ବୁଝାସୁଝା କରିଥିଲେ। ସମ୍ପର୍କୀୟ ଓ ପରିବାର ଲୋକେ ପହଞ୍ଚିବାରୁ ଘଟଣାସ୍ଥଳରେ ଶୋକାକୂଳ ପରିବେଶ ଦେଖାଦେଇଥିଲା। ଖବର ଲେଖା ହେଲା ବେଳକୁ ରାସ୍ତାରୋକ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ