Sunday, August 2, 2026
30.8 C
Odisha

    ମାଓବାଦୀଙ୍କ ଗୁଳି ଅପେକ୍ଷା ହୃଦ୍‌ଘାତରେ ମରୁଛନ୍ତି ଅଧିକ ଯବାନ

    ଆଗକୁ ପଢନ୍ତୁ

    ମାଲକାନଗିରି: ନକ୍ସଲ ପ୍ରବଣ ଅଞ୍ଚଳରେ ମାଓବାଦୀଙ୍କ ଗୁଳି ଅପେକ୍ଷା ହୃଦ୍‌ଘାତର ଶିକାର ହୋଇ ମରୁଛନ୍ତି ଅଧିକ ଯବାନ। ଦିନ ଦିନ ଧରି ଜଙ୍ଗଲରେ ରହି ଅସୁସ୍ଥତା ଅନୁଭବ କରିବା, ପରିବାରଠୁ ଦୂରେଇ ରହି ମାନସିକ ଚାପର ଶିକାର, ମାଇଲ୍‌ ମାଇଲ୍‌ ବାଟ କମ୍ବିଂ ଅପରେସନ୍‌ରେ ଚାଲିବା ଯୋଗୁ ଥକି ପଡ଼ୁଛନ୍ତି ଯବାନ। ଯବାନଙ୍କୁ ସତେଜ ରଖିବା ସହ ମାନସିକ ଚାପ ଦୂର ପାଇଁ ବହୁ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହାର ପ୍ରଭାବ ଯବାନଙ୍କ ଉପରେ ପଡ଼ୁନଥିବାରୁ ହୃଦ୍‌ଘାତରେ ମୃତ୍ୟୁବରଣ କରୁଛନ୍ତି। ଛତିଶଗଡ଼ର ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୦୧୯ରେ ୫୨, ୨୦୨୦ରେ ୪୩ ଏବଂ ୨୦୨୧ରେ ୫୦ ଜଣ ଏପରି ଭାବେ ୧୪୫ ଯବାନ ସହିଦ ହୋଇଛନ୍ତି। କିନ୍ତୁ ନକ୍ସଲଙ୍କ ଗୁଳି ତୁଳନାରେ ହୃଦ୍‌ରୋଗରେ ଗତ ୩ ବର୍ଷରେ ଜୀବନ ହରାଇଛନ୍ତି ୩୪୩ ଯବାନ।
    ୨୦୧୯ରେ ୮୪ ଜଣ, ୨୦୨୦ରେ ୧୩୦ଜଣ ଏବଂ ୨୦୨୧ରେ ୧୨୯ଜଣ ଯବାନଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ଛତିଶଗଡ଼ ନକ୍ସଲ ଦମନରେ ସିଆର୍‌ପିଏଫ୍, ବିଏସ୍‌ଏଫ୍‌, ଆଇଟିବିପି, ସିଆଇଏସ୍‌ଏଫ୍‌ ଯବାନ ମୁତୟନ ହୋଇଛନ୍ତି। ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରୁ ୨୦୧୯ରେ ୪୫ଜଣ, ୨୦୨୦ରେ ୬୩ ଜଣ, ୨୦୨୧ରେ ୭୩ ଜଣ, ୨୦୨୨ରେ ୬୨ଜଣ, ୨୦୨୩ରେ ୫୪ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ସେହିପରି ବିଏସ୍‌ଏଫ୍‌ ଯବାନଙ୍କ ମଧ୍ୟରୁ ୨୦୧୯ରେ ୨୨ଜଣ, ୨୦୨୦ରେ ୨୧ ଜଣ, ୨୦୨୧ରେ ୧୭ ଜଣ, ୨୦୨୨ରେ ୨୧ ଜଣ, ୨୦୨୩ରେ ୨୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଆଇଟିବିପି ଯବାନଙ୍କ ମଧ୍ୟରୁ ୨୦୨୯ରେ ୮ ଜଣ, ୨୦୨୦ରେ ୧୫ ଜଣ, ୨୦୨୧ରେ ୧୭ ଜଣ, ୨୦୨୨ରେ ୧୫ ଜଣ, ୨୦୨୩ରେ ୧୯ଜଣ ମୃତ୍ୟୁବରଣ କରିଛନ୍ତି। ଏସ୍‌ଏସ୍‌ବି ଯବାନଙ୍କ ମଧ୍ୟରୁ ୨୦୧୯ରେ ଜଣେ, ୨୦୨୦ରେ ୬ ଜଣ, ୨୦୨୧ରେ ୩ଜଣ, ୨୦୨୨ରେ ୫ ଜଣ, ୨୦୨୩ରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସିଆଇଏସ୍‌ଏଫ୍‌ ଯବାନଙ୍କ ମଧ୍ୟରୁ ୨୦୨୯ରେ ୮ ଜଣ, ୨୦୨୦ରେ ୨୫ ଜଣ, ୨୦୨୧ରେ ୧୪ ଜଣ, ୨୦୨୨ରେ ୨୫ ଜଣ ଓ ୨୦୨୩ରେ ୧୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ରିପୋର୍ଟ ସରକାରଙ୍କ ଚିନ୍ତା ବଢ଼ାଇଛି। ଯବାନମାନେ ଯେପରି ସୁସ୍ଥ ଓ ଚିନ୍ତାମୁକ୍ତ ହେବେ ସେ ନେଇ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ହୃଦ୍‌ଘାତକୁ ଛାଡ଼ିଲେ ସୀମାନ୍ତ ଛତିଶଗଡ଼ ଜିଲ୍ଲାର ବସ୍ତର ଅଞ୍ଚଳରେ ରହଥିବା ଜଙ୍ଗଲର ବିଷାକ୍ତ କୀଟ ଓ ମଶା ଯୋଗୁଁ ମଧ୍ୟ ବହୁ ଯବାନଙ୍କ ମୃତ୍ୟୁ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.8 ° C
    30.8 °
    30.8 °
    69 %
    2.8kmh
    100 %
    Sun
    31 °
    Mon
    31 °
    Tue
    31 °
    Wed
    29 °
    Thu
    29 °

    ସମ୍ବନ୍ଧିତ