Sunday, September 13, 2026
27.6 C
Odisha

    ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: ମୁମ୍ବାଇରେ ବିରୋଧୀଙ୍କ ‘ଜୋତା ମାର୍‌’ ବିକ୍ଷୋଭ

    ଆଗକୁ ପଢନ୍ତୁ

    ମୁମ୍ବାଇ: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ଏବେ ଜୋରଦାର ରାଜନୀତି ଚାଲିଛି। ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ମହାବିକାଶ ଅଘାଡି (ଏମଭିଏ) ମେଣ୍ଟ ଆଜି ମୁମ୍ବାଇରେ ‘ଜୋତା ମାର୍‌’ ବିକ୍ଷୋଭ ପ୍ରଦର୍ଶନ କରିଛି। ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ରାଜ୍ୟ କଂଗ୍ରେସ ସଭାପତି ନାନା ପଟୋଲ ଏବଂ ଏନସିପି(ଏସ୍‌ସିପି) ସୁପ୍ରିମୋ ଶରଦ ପାୱାରଙ୍କ ସମେତ ବରିଷ୍ଠ ବିରୋଧୀ ଦଳ ନେତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ହୁତତ୍ମା ଛକରୁ ଗେଟ୍ ୱେ ଅଫ୍ ଇଣ୍ଡିଆ ସ୍ଥିତ ଶିବାଜୀ ପ୍ରତିମୂର୍ତ୍ତି ଅଭିମୁଖେ ଯାତ୍ରା କରୁଥିବା ବେଳେ ବିରୋଧୀ ଦଳର କର୍ମୀମାନେ ହାତରେ ଜୋତା ଧରି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

    ସୂଚନାଯୋଗ୍ୟ, ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ଏକ ଦୁର୍ଗରେ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉନ୍ମୋଚିତ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ ଫୁଟର ପ୍ରତିମୂର୍ତ୍ତି ଅଗଷ୍ଟ ୨୬ ରେ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ପବନ ଯୋଗୁଁ ପ୍ରତିମୂର୍ତ୍ତି ଭୁଶୁଡ଼ିପଡ଼ିଲା ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାମଲାରେ କ୍ଷମାପ୍ରାର୍ଥନା ମଧ୍ୟ କରିଛନ୍ତି। ଉଦ୍ଧବ ଠାକରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ତାଙ୍କ କ୍ଷମାପ୍ରାର୍ଥନାରେ ମଧ୍ୟ ଅହଙ୍କାର ରହିଛି। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏମ୍‌ଭିଏର ଆନ୍ଦୋଳନକୁ ସମାଲୋଚନା କରିବା ସହ ଏହାକୁ ଶସ୍ତା ରାଜନୈତିକ ପଦକ୍ଷେପ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ