Tuesday, March 3, 2026
26.2 C
Odisha

    ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଆଉ ଏକ ଚୁକ୍ତି ହେବ କି ? ମୋସାଦ ମୁଖ୍ୟ ଏବଂ କତାର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ

    ଆଗକୁ ପଢନ୍ତୁ

    ଇସ୍ରାଏଲ ଓ ହମାସ ମଧ୍ୟରେ ଆଉ ଏକ ଅସ୍ତ୍ର ବିରତି ହେବାକୁ ଯାଉଥିବାର ସୂଚନା ମିଳୁଛି । ଗତ ଦୁଇଟି ଅସ୍ଥାୟୀ ଅସ୍ତ୍ରବିରତି ସମୟରେ, ହମାସ୍ ୧୦୦ ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିଥିଲେ, ଯାହା ବଦଳରେ ଇସ୍ରାଏଲ ୨୪୦ ଜଣ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲା । ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟ ଡେଭିଡ ବର୍ଣ୍ଣିଆ ଏହି ସପ୍ତାହ ଶେଷରେ ୟୁରୋପରେ କାତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ଅବଦୁଲ ରହମାନ ଅଲ ଥାନିଙ୍କୁ ଭେଟିବେ ବୋଲି ଆଶା କରାଯାଉଛି । ଦୁହିଁଙ୍କ ସମ୍ଭାବ୍ୟ ବୈଠକରେ ଗାଜାରେ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଏକ ଚୁକ୍ତିନାମା ପାଇଁ ଚାଲିଥିବା ଆଲୋଚନା ଉପରେ ଆଲୋଚନା ହେବ । ଇସ୍ରାଏଲ ଗଣମାଧ୍ୟମ ଏହି ସୂଚନା ଦେଇଛନ୍ତି । ଡିସେମ୍ବର ୧ ରେ ଗାଜାରେ ସପ୍ତାହବ୍ୟାପୀ ଅସ୍ତ୍ରବିରତି ମିଆଦ ଶେଷ ହେବା ପରେ ଏହା ପ୍ରଥମ ଥର ପାଇଁ ଇସ୍ରାଏଲର କୌଣସି ବରିଷ୍ଠ ଅଧିକାରୀ ଏବଂ କତାର ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ। ଦ୍ୱିତୀୟ ବନ୍ଧକ ମୁକ୍ତି ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବା ପାଇଁ ମୋସାଦ ମୁଖ୍ୟଙ୍କ କତାର ଗସ୍ତ ଯୋଜନା ବାତିଲ ହୋଇଥିବା ଖବର ପ୍ରକାଶ ପାଇଛି । ଏହି ଖବର ପ୍ରକାଶ ପାଇଲାମାତ୍ରେ ବନ୍ଧକ ମାନଙ୍କ ପରିବାର ପକ୍ଷରୁ ନିଜର ପ୍ରିୟଜନ ମାନଙ୍କ ମୁକ୍ତି ନେଇ ଇସ୍ରାଏଲ ସରକାରଙ୍କ ଉପରେ ପ୍ରବଳ ଚାପ ପଡିବ ଆରମ୍ଭ ହେଇଛି । ଏହାପରେ ମୋସାଦ ମୁଖ୍ୟ ବର୍ଣ୍ଣିଆ ତାଙ୍କ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ଚଳିତ ମାସ ଆରମ୍ଭରେ ଦୋହାରେ ବନ୍ଧକ ଆଲୋଚନା ଅସଫଳ ହେବାପରେ ଆଉ ଆନୁଷ୍ଠାନିକ ଆଲୋଚନା ଆରମ୍ଭ ହୋଇନାହିଁ ।

    ଇସ୍ରାଏଲ ସେନା ତିନିଜଣ ବନ୍ଧକଙ୍କୁ ଭୁଲରେ ହତ୍ୟା କରିଦେଇଛି

    ଇସ୍ରାଏଲର ସୈନିକମାନେ ଉତ୍ତର ଗାଜାରେ ତିନି ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ହତ୍ୟା କରିଦେଇଛନ୍ତି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମୁଖପାତ୍ର ଡାନିଏଲ ହାଗରୀ ଶୁକ୍ରବାର ଦିନ କହିଛନ୍ତି, ‘ଶେଜାୟାରେ ହୋଇଥିବା ଯୁଦ୍ଧ ସମୟରେ ଆଇଡିଏଫ୍ ଭୁଲରେ ତିନି ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ଆତଙ୍କବାଦୀ ଭାବି ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଏହି ଆକ୍ରମଣରେ ତିନିଜଣ ବନ୍ଧକ ମୃତ୍ଯୁର ଶିକାର ହୋଇଛନ୍ତି । ଏହି ବନ୍ଧକମାନଙ୍କୁ ୟୋଟାମ ହୈମ ଏବଂ ଆଲୋନ ଶିମ୍ରିଜ ବୋଲି ଚିହ୍ନଟ କରାଯାଇଛି । ଯେଉଁମାନେ କିବୁଟଜ କେଫର ଆଜାରୁ ଅକ୍ଟୋବର ୭ ରେ ଅପହରଣ ହୋଇଥିଲେ। ଏଥିସହ ସମୀର ତାଲାଲକାଙ୍କୁ ସେହି ଦିନ କିବବୁଟ ନିର ଏମରୁ ଅପହରଣ କରାଯାଇଥିଲା ।

    ଇସ୍ରାଏଲ ଶୁକ୍ରବାର ଦିନ ସୂଚନା ଦେଇଛି ଯେ ଅକ୍ଟୋବର ୭ ଆକ୍ରମଣରେ ଅପହରଣ କରି ନିଆଯାଇଥିବା ଲୋକଙ୍କ ମଧ୍ୟରେ ଗାଜାରେ ୧୩୨ ଜଣ ବନ୍ଧକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୨ ଜଣ ଜୀବିତ ଥିବା ଜଣାପଡିଛି । ଗତ କିଛି ସପ୍ତାହ ତଳେ ଏକ ଅସ୍ଥାୟୀ ଅସ୍ତ୍ରବିରତି ସମୟରେ ହମମାସ ୧୦୦ ରୁ ଅଧିକ ବନ୍ଧୁକଙ୍କୁ ମୁକ୍ତ କରିଥିଲା, ଯାହା ବଦଳରେ ଇସ୍ରାଏଲ ୨୪୦ ଜଣ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲା । ହମାସ ଅକ୍ଟୋବର ୭ ରେ କରିଥିବା ଆକ୍ରମଣରେ ୧୨୦୦ରୁ ଅଧିକ ଇସ୍ରାଏଲି ନାଗରିକ ମୁକ୍ତ ହୋଇଥିଲେ । ୨୪୦ ଜଣଙ୍କୁ ହମାସ ଅପହରଣ କରିନେଇ ବନ୍ଧକ ରଖିଥିଲା । ପ୍ରତି ଆକ୍ରମଣରେ ଇସ୍ରାଏଲ କରିଥିବା ଆକ୍ରମଣରେ ଗାଜାରେ ଏଯାଏ ୧୮,୦୦୦ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଲେଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.2 ° C
    26.2 °
    26.2 °
    17 %
    2.1kmh
    15 %
    Tue
    28 °
    Wed
    37 °
    Thu
    38 °
    Fri
    38 °
    Sat
    38 °

    ସମ୍ବନ୍ଧିତ