Friday, June 19, 2026
34.3 C
Odisha

    ଅମୁଲ ପରେ ମଦର ଡାଏରୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଲା କ୍ଷୀର ଦର

    ଆଗକୁ ପଢନ୍ତୁ

    ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ଦିନ ପୂର୍ବରୁ ସାଧାରଣ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ଅମୁଲ ପରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛି । ଗତ ୧୫ ମାସରେ ବିଭିନ୍ନ ସାମଗ୍ରୀର ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି । ସାଧାରଣ ନିର୍ବାଚନର ଠିକ୍ ପରେ ଏହି ଦର ବୃଦ୍ଧି କରାଯାଇଛି ।ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୩ରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବଜାରରେ ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି କରାଯାଇଛି । ଦିଲ୍ଲୀ ଏନସିଆରରେ ମଦର ଡାଏରୀର ଫୁଲ୍ କ୍ରିମ କ୍ଷୀରର ମୂଲ୍ୟ ଏବେ ଲିଟର ପିଛା ୬୮ ଟଙ୍କାରେ ପହଞ୍ଚିଛି । ସେହିଭଳି ଟୋଣ୍ଡ ତଥା ଡବଲ ଟୋଣ୍ଡ କ୍ଷୀରର ମୂଲ୍ୟ ଯଥାକ୍ରମେ ୫୬ ଓ ୫୦ ଟଙ୍କାରେ ପହଞ୍ଚିଛି । ଶେଷଥର ପାଇଁ ଫେବ୍ରୁଆରୀ ୨୦୨୩ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ମଦର ଡାଏରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    34.3 ° C
    34.3 °
    34.3 °
    43 %
    2.2kmh
    82 %
    Fri
    29 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ