Monday, February 10, 2025
18.1 C
Odisha

    ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରାଙ୍କ ନାମରେ ଥାନାରେ ଅଭିଯୋଗ

    ଆଗକୁ ପଢନ୍ତୁ

    ଅନ୍ତର୍ଜାତୀୟ ପ୍ରେରଣାଦାୟୀ ପ୍ରବକ୍ତା ବା ମୋଟିଭେସନାଲ ସ୍ପିକଟର ବିବେକ ବିନ୍ଦ୍ରାଙ୍କ ବିରୋଧରେ ତାଙ୍କ ପତ୍ନୀ ଏକ ମାମଲା ରୁଜୁ କରିଛନ୍ତି । ପତ୍ନୀ ଅଭିଯୋଗ କରିଛନ୍ତି କି, ବିବେକ ବିନ୍ଦ୍ରା ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ବିବେକ ବିନ୍ଦ୍ରା ଜଣେ ୟୁଟ୍ୟୁବର ସହ ଜଣେ ବଡ ବ୍ୟବସାୟୀ ମଧ୍ୟ । ୨୦୨୩ ଡିସେମ୍ବର ୬ ତାରିଖରେ ସେ ୟାନିକାଙ୍କୁ ବିବାହ କରିଥିଲେ । ହେଲେ ବାହାଘରର ୧୪ ଦିନ ପରେ ପତ୍ନୀ ୟାନିକା ତାଙ୍କ ବିରୋଧରେ ମାଡପିଟ ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଡ.ବିବେକ ନିଜକୁ ଜଣେ ବ୍ୟବସାୟ ଗୁରୁ ଭାବେ ପ୍ରତିପାଦନ କରନ୍ତି ।

    ବିବେକ ବିନ୍ଦ୍ରାଙ୍କ ଶଳା ବୈଭବ କବାତ୍ରା ନୋଏଡା ଥାନା ସେକ୍ଟର ୨୬ ରେ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି କି, ତାଙ୍କ ଭଉଣୀଙ୍କ ବାହାଘର ଡିସେମ୍ବର ୬ ତାରିଖରେ ଲଲିତ ମାନଗର ହୋଟେଲରେ ବିବେକଙ୍କ ସହ ହୋଇଥିଲା । ହେଲେ ବାହାଘର ପରେ ବିବେକ ୟାନିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଏହାସହ ବିବେକ ୟାନିକାଙ୍କୁ ମାରପିଟ୍ କରୁଥିବାର ଏକ ଭିଡିଓ ମଧ୍ୟ ଥାନାରେ ଦାଖଲ କରିଛନ୍ତି ବୈଭବ ।

    ବୈଭବ ତାଙ୍କ ଅଭିଯୋଗରେ ଲେଖିଛନ୍ତି କି ବିବେକ ୟାନିକଙ୍କୁ ଏତେ ମାଡ ମାରିଛନ୍ତି କି, ତାଙ୍କ କାନକୁ ଶୁଣାଯାଉନାହିଁ । ଏବେ ୟାନିକାଙ୍କର ଚିକିତ୍ସା ଦିଲ୍ଲୀ ସ୍ଥିତ କୈଲାଶ ହସ୍ପିଟାଲରେ ଚାଲୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    18.1 ° C
    18.1 °
    18.1 °
    58 %
    2.5kmh
    17 %
    Sun
    18 °
    Mon
    34 °
    Tue
    36 °
    Wed
    36 °
    Thu
    35 °

    ସମ୍ବନ୍ଧିତ