Monday, May 20, 2024
31 C
Odisha

    ଜାନୁଆରୀରେ ଓଡ଼ିଶା ଆସିବେ ରାହୁଲ: ନେତା, କର୍ମୀଙ୍କ ଭିତରେ ଭରିବେ ନୂଆ ଜୋସ୍

    ଆଗକୁ ପଢନ୍ତୁ

    ଓଡ଼ିଶାରେ ଲଢ଼େଇ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି କଂଗ୍ରେସର ରଣନୀତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଓଡ଼ିଶା କଂଗ୍ରେସ ନେତା ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିସହ ଜାନୁୟାରୀ ମାସରେ କଂଗ୍ରେସର ପୋଷ୍ଟରବୟ ରାହୁଲ ଗାନ୍ଧୀ, ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ନେତା । ୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ରଣନୀତି କରିବା ପରେ ଓଡିଶା ଫେରିଛନ୍ତି ରାଜ୍ୟ କଂଗ୍ରେସ ନେତା । ଦଳକୁ ତୃଣମୂଳସ୍ତରରୁ ସଂଗଠିତ କରି ସାଧାରଣ ନିର୍ବାଚନ ମଇଦାନକୁ ପୂର୍ଣ୍ଣ ଶକ୍ତି ସହ ଓହ୍ଲାଇବାକୁ ଯୋଜନା ହୋଇଛି । ଆଉ ଏଥିପାଇଁ ନୂଅବର୍ଷରୁ ଜାତୀୟ ସ୍ତରର ନେତାଙ୍କ ମାରାଥନ ଗସ୍ତ ଆରମ୍ଭ ହେବ ବୋଲି ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ନେତା କହିଛନ୍ତି ।

    ଓଡିଶାରେ ଲଢିବା ପାଇଁ ଦିଲ୍ଲୀରେ କଂଗ୍ରେସର ରଣନୀତି ପ୍ରସ୍ତୁତ ହୋଇଛି । ଓଡିଶାରେ ୯୦ ଆସନ ଜିତିବାକୁ ରଣନୀତି ହୋଇଛି । ତେବେ ରଣନୀତି ନେଇ ନେତା ମୁହଁ ଖୋଲୁନଥିଲେ ମଧ୍ୟ, କଂଗ୍ରେସ ମହଲର ସୂଚନା ବେରୋଜଗାର, ନାରୀ ନିର୍ଯ୍ୟାତନା, ଦୁର୍ନୀତି ସହ ବିଜେଡି-ବିଜେପି ସଲାସୁତୁରା ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ । ଏପରିକି ପଡୋଶୀ ରାଜ୍ୟ ତେଲେଙ୍ଗାନାର ସଫଳତା ପରେ ତେଲେଙ୍ଗାନା ମୋଡେଲ ଆପଣେଇପାରେ ଦଳ । ରାଜ୍ୟରେ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସରେ ନୂଆ ଜୋସ ଭରିବାକୁ, ନୂଆ ରାସ୍ତା ଦେଖାଇବାକୁ ଜାନୁଆରିରେ ଆସୁଛନ୍ତି ରାହୁଲ ଗାନ୍ଧୀ । କେବଳ ରାହୁଲ ନୁହଁନ୍ତି କଂଗ୍ରେସ ଅଧ୍ୟକ୍ଷ ଖଡେଗ ଓ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି ।

    ସବୁଠୁ ପୁରୁଣା କଂଗ୍ରେସର ବଡ ସମସ୍ୟା ହେଉଛି ଦଳୀୟ କନ୍ଦଳ । ରାଜ୍ୟରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏକଜୁଟ ହୋଇ ଶାସକ ଦଳ ବିରୋଧରେ ଲଢେଇ ବଦଳରେ ଦଳୀୟ କନ୍ଦଳରେ ମାତି ଶକ୍ତି କ୍ଷୟ କରିବାର ଅନେକ ନଜିର ରହିଛି । ଏପରି କି ଦିଲ୍ଲୀ ଗସ୍ତରେ ଯାଇଥିବା ନେତା ହାଇକମାଣ୍ଡଙ୍କ ଆଗରେ ମଧ୍ୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । କୌଣସି କଥାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଓ ବିଧାୟକ ତାରାପ୍ରସାଦ ବାହିନୀପତି କଥା କଟାକଟି ହୋଇଥିବା କୁହାଯାଉଛି । ଏଣୁ ରାହୁଲ, ଖଡେଗଙ୍କ ଓଡିଶା ଗସ୍ତ ଦଳର ଅର୍ନ୍ତକନ୍ଦଳକୁ ତୁଟାଇବାରେ କେତେ ସହାୟକ ହେବ ତାହା ସମୟ କହିବ ।

    ତେଲେଙ୍ଗାନାରେ ଯେମିତି କଂଗ୍ରେସ ତୃତୀୟ ସ୍ଥାନରେ ଥାଇ ସରକାର ଗଢିଲା । ଠିକ୍ ସେହି ଢଙ୍ଗରେ, ସେହି ରଣନୀତି ଓଡିଶାରେ ସରକାର ଗଢିବାକୁ କଂଗ୍ରେସ ଯୋଜନା କରିଛି । ଜାତୀୟସ୍ତରର ଶୀର୍ଷ ନେତାଙ୍କୁ ଓଡିଶା ଆଣି ତୃଣମୂଳସ୍ତରରେ ଲଢୁଥିବା କର୍ମୀଙ୍କ ମଧ୍ୟରେ ଜୋସ ଭରିବାକୁ ଯୋଜନା ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    55 %
    0.4kmh
    0 %
    Mon
    40 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ