Friday, September 11, 2026
23.8 C
Odisha

    ଏହି ମାମଲା ପାଇଁ ପୂର୍ବତନ ବିଧାୟକ ମୁଖତାର ଅନସାରୀକୁ ମିଳିଲା ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୂର୍ବତନ ବିଧାୟକ ମୁଖତାର ଅନସାରୀକୁ ମିଳିଲା ଆଜୀବନ କାରାଦଣ୍ଡ। ଜାଲ୍ ମାରଣାସ୍ତ୍ର ଲାଇସେନ୍ସ ମାମଲାରେ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଥିବା ମାଫିଆ ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୩୬ବର୍ଷ ପୁରୁଣା ଅପରାଧ ପାଇଁ ବାରାଣସୀର ଏମଏଲଏ-ଏମପି କୋର୍ଟ ମଙ୍ଗଳବାର ଦିନ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ରାୟ ଶୁଣାଇଛନ୍ତି କୋର୍ଟ।

    ଏହି ମାମଲାରେ ପୂର୍ବତନ ବିଧାୟକଙ୍କ ବିରୋଧରେ ଆଇପିସି ଧାରା ୪୬୬/୧୨୦ବି, ୪୨୦/୧୨୦, ୪୬୮/୧୨୮ ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ସିବିସିଆଇଡି ଅଭିଯୋଗ କରିଥିଲା ଯେ, ବିଧାୟକ ଥିବାବେଳେ ଜୁନ୍ ୧୦, ୧୯୮୭ରେ ନକଲି ଦଲିଲ ଆଧାରରେ ଅନସାରୀ ମାରଣାସ୍ତ୍ର ଲାଇସେନ୍ସ ପାଇଥିଲା। ଏଥିପାଇଁ ସେ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଆଲୋକ ରଂଜନ ଏବଂ ଏସପି ଦେବରାଜ ନାଗରଙ୍କ ଜାଲ୍ ଦସ୍ତଖତର ବ୍ୟବହାର କରିଥିଲେ।

    ମୁଖତାର ଅନସାରୀ ବିରୋଧରେ ଅନେକ ମାମଲା ରୁଜୁ ହୋଇଥିବା ବେଳେ ମଙ୍ଗଳବାର ଅନ୍ୟ ଏକ ମାମଲାରେ ତାକୁ ଦୋଷମୁକ୍ତ କରାଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ