Tuesday, September 29, 2026
30.1 C
Odisha

    ମୁମ୍ବାଇ ଚତୁର୍ଥ ସବୁଠୁ ଧନୀ ସହର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବ୍ରାଜିଲ୍‌, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ରାଷ୍ଟ୍ରଗୁଡିକର ସହର ମଧ୍ୟରେ ମୁମ୍ବଇ ହେଉଛି ଚତୁର୍ଥ ସବୁଠୁ ଧନୀ ସହର। ତେବେ ମାୟାନଗରୀ ମୁମ୍ବଇରେ ରହିଛନ୍ତି ୨୯ ବିଲୟନେୟାର ବା ଅରବପତି। େତବେ ସେଥିରେ ସେହିଭଳି ୨୩୬ ଜଣ ଧନୀ ଏଭଳି ରହିଛନ୍ତି ଯେଉଁମାନଙ୍କର ମୋଟ ସମ୍ପତ୍ତି ୧ ବିଲିୟନ ଡଲାରରୁ ଅଧିକ ରହିଛି। ନ୍ୟୁ ଓ୍ବାର୍ଲ୍ଡ ଓ୍ବେଲ୍‌ଥ ସହ ହେନ୍‌ଲେ ଆଣ୍ଡ ପାର୍ଟନର୍ସଙ୍କ ତରଫରୁ ପ୍ରକାଶିତ ଏକ ନୂଆ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ସେହିଭଳି ତାଲିକାର ଶ୍ରେଷ୍ଠ ୧୦ ସବୁଠୁ ଧନୀ ସହର ସୂଚୀରେ ଚୀନର ବେଜିଂ ସହର ରହିଛି। ଏହି ସହରରେ ୪୨ ବିଲେନିୟରଙ୍କ ସମେତ ୧ ବିଲିୟନ ଡଲାରରୁ ଅଧିକର ମୋଟ ସମ୍ପତ୍ତି ଥିବା ୩୨୨ ବ୍ୟକ୍ତ ରହିଛନ୍ତି। ତାଲିକାର ଦ୍ବିତୀୟ ସ୍ଥାନରେ ଚୀନର ସାଂଘାଇ, ତୃତୀୟ ସ୍ଥାନରେ ଦୁବାଇ, ପଞ୍ଚମ ସ୍ଥାନରେ ଚୀନର ସେନ୍‌ଜେନ୍‌ ଏବଂ ଭାରତର ରାଜଧାନୀ ଦିଲ୍ଲୀ ସପ୍ତମ ସ୍ଥାନରେ ରହିଛି। ଆହୁରି ମଧ୍ୟ ବ୍ରିକ୍ସର ସର୍ବାଧିକ ମୋଟ ସମ୍ପତ୍ତି ଥିବା ଲୋକଙ୍କ ସଂଖ୍ୟା ତାଲିକାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ୩,୨୬,୦୦୦ ନିୟୁତପତି ରହିଛନ୍ତି,ଯେଉଁମାନଙ୍କ ମଧ୍ୟରୁ ୧୦୦୦ ଲୋକଙ୍କ ମୋଟ ସମ୍ପତ୍ତି ୧ ବିଲିୟନ ଡଲାରରୁ ଅଧିକ ରହିଛି। ଦେଶରେ ସମୁଦାୟ ୧୨୦ ଅରବପତି ଅଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ୧୦ ବର୍ଷରେ ଭାରତରେ ମଧ୍ୟ ଲୋକଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ୮୫ ପ୍ରତିଶତ ବୃଦ୍ଧି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ