Saturday, July 27, 2024
24.6 C
Odisha

    ପାକିସ୍ତାନରେ ଏଭଳି ପରିଚାଳିତ ହେଉଛି ନିର୍ବାଚନ, ପ୍ରର୍ଥୀ ହୋଇଛି ହାପିଜ ସଇଦର ପୁଅ

    ଆଗକୁ ପଢନ୍ତୁ

    ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । ହେଲେ ପାକିସ୍ତାନର ପରିସ୍ଥିତି ଏଭଳି ହୋଇଛି କି, ସେଠାରେ ଆତଙ୍କବାଦୀ ବି ନିର୍ବାଚନ ଲଢୁଛନ୍ତି । ମୁମ୍ବାଇ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ ହାପିଜ୍ ସଇଦର ପୁରା ଆତଙ୍କୀ ଗ୍ରୁପ ନିର୍ବାଚନ ମଇଦାନକୁ ଓହ୍ଲାଇଚନ୍ତି । ଏମାନଙ୍କ ସହାୟତାରେ ହାପିଜ ବିଧାନସଭାରେ ବସିବାର ସ୍ୱପ୍ନ ଦେଖୁଛି । ହାପିଜ ସଇଦର ପୁଅ ହାପିଜ ତଲହା ସଇଦ ମରକାଜୀ ମୁସଲିମ୍ ଲିଗ ପାର୍ଟି ତରଫରୁ ନିର୍ବାଚନ ଲଢୁଛି । ତା ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ପାକିସ୍ତାନ ମୁସଲିମ୍ ଲିଗ (ନୱାଜ) ନେତା ତଥା ପୂର୍ବତନ ମନ୍ତ୍ରୀ ଖ୍ୱାଜା ସାଦ ରଫିକ୍ । ସେହିଭଳି ହାପିଜର ଜ୍ୱାଇଁ ହାପିଜ ନେକ୍ ଗୁଜ୍ଜର ମଧ୍ୟ ମରକାଜୀ ମୁସଲିମ୍ ଲିଗ ପାର୍ଟି ତରଫରୁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୦୮ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହାପିଜ ସଇଦିର ସଂଗଠନକୁ ବ୍ୟାନ କରାଯିବା ପରେ ଏହି ସଂଗଠନ ଏବେ ପାକିସ୍ତାନ ମରକାଜୀ ମୁସଲିମ ଲିଗ ନାମରେ ଚାଲିଛି । ପାକିସ୍ତାନରେ ପ୍ରାୟ ଏଭଳି ହୋଇଥାଏ । ଯେତେବେଳେ ବିଦେଶ ଚାପରେ କୌଣସି ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଥାଏ ସେତେବେଳେ ସେହି ସଂଗଠନ ଅନ୍ୟ ନାମରେ ରାଜନୈତିକ ଦଳ ଗଠନ କରିଥାଏ । ଚଳିତ ନିର୍ବାଚନରେ ହାପିଜ ସଇଦିର ରାଜନୈତିକ ପାର୍ଟି ତରଫରୁ ନିଜର ଅନେକ ସଂପର୍କୀୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏହାକୁ ନେଇ ଭାରତ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତ ତରଫରୁ କୁହାଯାଇଛି କି, ଏହା ପାକିସ୍ତାନ ପାଇଁ ନୂଆ କଥା ନୁହେଁ । ବରଂ ପାକିସ୍ତାନ ସବୁବେଳେ କଟ୍ଟରପନ୍ଥୀ ଆତଙ୍କୀ ସଂଗଠନକୁ ମୁଖ୍ୟ ଧାରାରେ ସାମିଲ କରିବାକୁ ପ୍ରୟାସ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ