Wednesday, September 30, 2026
24.7 C
Odisha

    ବସ୍‌ ଦୁର୍ଘଟଣା

    ଆଗକୁ ପଢନ୍ତୁ

    ମୁମ୍ବାଇ: ମୁମ୍ବାଇର କୁର୍ଲା ଅଞ୍ଚଳରେ ଭୟଙ୍କର ବସ୍‌ ଦୁର୍ଘଟଣା ଘଟଣାର ଏକ ସିସିଟିଭି ଫୁଟେଜ୍‌ ଏବେ ଦେଖିବାକୁ ମିଳିଛି। ଫୁ‌ଟେଜ୍‌ରେ ଦେଖାଯାଇଛି ଯେ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପରେ ବସ୍‌ ଚାଳକ ସଞ୍ଜୟ ଜଣକ ଗାଡ଼ିକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ନିଜ ବ୍ୟାଗ୍‌ ଧରି ବସ୍‌ ବାହାରକୁ ଭଙ୍ଗା ଝରକା ଦେଇ ବାହାରି ଆସିଥିଲେ। ବୁଧବାର ସୋସିଆଲ ମିଡିଆରେ ୫୦ ସକେଣ୍ଡ୍‌ରୁ ୧ ମିନିଟରୁ ଅଧିକ ସମୟ ଧରି ଚାରିରୁ ପାଞ୍ଚଟି କ୍ଲିପ ଭାଇରାଲ ହୋଇଛି। ଦୁର୍ଘଟଣା ବେଳେ କିଛି ଯାତ୍ରୀ ହ୍ୟାଣ୍ଡେଲ୍‌କୁ ଜୋର୍‌ ଜାବୁଡ଼ି ଧରିଥିଲେ ତ ଆଉ କିଛି ଯାତ୍ରୀ ରାସ୍ତାରେ କ’ଣ ଘଟୁଛି ତାହା ଜାଣିବା ପାଇଁ ନିଜ ଆସନରୁ ଉଠି ବାହାରକୁ ଦେଖୁଥିଲେ।

    ଗତ ୯ ତାରିଖରେ ମୁମ୍ବାଇର କୁର୍ଲା (ପଶ୍ଚିମ) ରେ ଜଣେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ଅନ୍ୟ ଅନେକ ଗାଡ଼ି ଓ କିଛି ପାଦଚଲା ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ନେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାର କିଛି ମୁହୂର୍ତ୍ତର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏବେ ସେହି ଘଟଣା‌େରେ ଡ୍ରାଇଭର୍‌କୁ ଗିରଫ କରାଯାଇଛି।

    ପୁଲିସ୍ ସୂତ୍ରରୁ ଜଣାପଡିଛି ଯେ ଭାରୀ ଯାନ ଚଳାଇବାରେ ତାଙ୍କର ଅଧିକ ଅଭିଜ୍ଞତା ନଥିଲା। ତେବେ ଦୁର୍ଘଟଣା ଘଟାଇବା ବେଳେ ସେ ମଦ୍ୟପାନ କରିଥିଲେ କି ନାହିଁ ତାହା ଜାଣିବା ପାଇଁ ପୁଲିସ ଏପର୍ଯ୍ୟନ୍ତ ତାଙ୍କ ରକ୍ତ ପରୀକ୍ଷା କରିନାହିଁ। ରକ୍ତ ପରୀକ୍ଷା ପରେ ଯାଇ ଜଣାପଡ଼ିବ ଯେ ସେ ମଦ୍ୟପାନ କରିଥିଲେ କି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ