Wednesday, September 30, 2026
24.7 C
Odisha

    ଶୀତ ରାତିରେ ପଥ ସମ୍ମୋହନ, କୁହୁଡ଼ି କାଳ; ରାତିଅଧରେ ଡ୍ରାଇଭରଙ୍କୁ ମାଗଣା ଚା’

    ଆଗକୁ ପଢନ୍ତୁ

    ଶୀତଋତୁ ଆରମ୍ଭ ହୋଇଯାଇଥିବାରୁ କୁହୁଡ଼ି ପାଇଁ ଦୁର୍ଘଟଣା ଆଶଙ୍କା ବଢ଼ିଯାଇଛି। ଏମିତିକି ପଥ ସମ୍ମୋହନ ବି ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏହି ସମୟରେ ବିଳମ୍ବିତ ରାତି ଓ ଭୋର ସମୟରେ ଦୁର୍ଘଟଣା ଏଡ଼ାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଚାଳକଙ୍କୁ ସତେଜ ଓ ସଚେତନ କରିବାକୁ ରାଜପଥ ପାର୍ଶ୍ବରେ ମାଗଣା ଚା’ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାତି ୩ରୁ ଭୋର୍ ୬ଟା ଯାଏ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରାଜପଥ ପାର୍ଶ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ସାମିଲ ହୋଇଛନ୍ତି।

    ସମସ୍ତ ଆର୍‌ଟିଓଙ୍କୁ ଏସ୍‌ଟିଏର ନିର୍ଦ୍ଦେଶ

    ସୂଚନା ଅନୁଯାୟୀ, ପରିବହନ ବିଭାଗ ପକ୍ଷରୁ ରାଜପଥ ପାର୍ଶ୍ବ ଢାବା, ଟୋଲ୍‌ଗେଟ୍ ଭଳି ସ୍ଥାନକୁ ଏଥିପାଇଁ ଚିହ୍ନଟ କରାଯାଇଛି। ଦୂରରୁ ଆସୁଥିବା ବସ୍, ଟ୍ରକ୍, ଟ୍ୟାକ୍ସି ଇତ୍ୟାଦିର ଡ୍ରାଇଭରଙ୍କୁ ମାଗଣା ଚା’ ଦିଆଯାଉଛି। ଆର୍‌ଟିଓ କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ବ୍ୟାନର ଲଗାଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କୁହୁଡ଼ି ବଢ଼ୁଥିବାରୁ ରାସ୍ତାରେ ଗାଡ଼ି ଚଳାଚଳ କରିବା ସମ୍ଭବପର ହେଉନାହିଁ। ଆଖି ବି ଲାଗିଯାଉଛି। ପଥ ସମ୍ମୋହନ ଯୋଗୁଁ ଅନ୍ୟମନସ୍କତା କାରଣରୁ ଦୁର୍ଘଟଣା ଘଟୁଛି। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାଗଣା ଚା’ ବାଣ୍ଟିବା ସହିତ ରାସ୍ତାରେ ଥିବା ବ୍ଲାକସ୍ପଟ୍‌ ଗୁଡ଼ିକ ସମ୍ପର୍କରେ ମଧ୍ୟ ଅବଗତ କରାଯାଉଛି। ଡିସେମ୍ବର ୩୧ ଯାଏ ନିୟମିତ ଏଭଳି ପ୍ରୟାସ ଜାରି ରଖିବାକୁ ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶରେ ସମସ୍ତ ଆର୍‌ଟିଓଙ୍କୁ ଯୁଗ୍ମ ପରିବହନ ଆୟୁକ୍ତ (ସଡ଼କ ସୁରକ୍ଷା) ଚିଠି ଲେଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ