Tuesday, September 29, 2026
24.9 C
Odisha

    ଋଣ ସୁଝି ନ ପାରି ନିଜ ପରିବାରକୁ ଶେଷ କରିଦେଲେ ଯୁବକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଉତ୍ତରପ୍ରଦେଶର କାନପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ବ୍ୟାଙ୍କ ଋଣ ବୋଝରେ ଏତେ ଚାପରେ ଥିଲେ ଯେ ସ୍ତ୍ରୀ ଓ ତିନି ବର୍ଷର ଝିଅକୁ ହତ୍ୟା କରିଦେଲେ। ଶେଷରେ ନିଜେ ହାତ କାଟି ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ରକ୍ତସ୍ରାବ ହେବା ସତ୍ତ୍ୱେ ସେ ବଞ୍ଚି ଯାଇଥିଲେ। ଯୁବକ ଜଣକ ଜଣେ ଏମଆର ଥିଲେ, ତାଙ୍କ ଦୋକାନ ଚଳାଇବା ପାଇଁ ବ୍ୟାଙ୍କରୁ ଋଣ ନେଇଥିଲେ। କିସ୍ତି ଦେଇ ନପାରି ବିରକ୍ତ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି। ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଇଛି। କାନପୁରର କଂଶୀରାମ କଲୋନୀରେ ରହୁଥିବା ଅର୍ଜୁନ ଜୈସୱାଲ ପୂର୍ବରୁ ଏମଆର ଥିଲେ। ଚାକିରି ସମୟରେ ଲକ୍ଷ୍ନୌରେ ରହୁଥିବା ନିଶା ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ପରିବାର ଲୋକଙ୍କ ଅସନ୍ତୋଷ ସତ୍ତ୍ୱେ ୨୦୧୯ରେ ସେ ନିଶାଙ୍କୁ ବିବାହ କରିଥିଲେ। ପରିବାର ଚଳାଇବା ପାଇଁ ଅର୍ଜୁନ ଚାକିରି ଛାଡି ବ୍ୟାଙ୍କରୁ ଋଣ ନେଇ ଦୋକାନ ଖୋଲିଥିଲେ। ଏଠାରୁ ହିଁ ଅର୍ଜୁନଙ୍କ ବିପତ୍ତି ବଢି ଚାଲିଲା । ଅର୍ଜୁନଙ୍କ ଦୋକାନ ଚାଲିପାରିଲା ନାହିଁ କିନ୍ତୁ ଧୀରେ ଧୀରେ ବ୍ୟାଙ୍କ ଋଣର କିସ୍ତି ବଢ଼ିଗଲା।
    ଦୋକାନରୁ ସେ ଯାହା ରୋଜଗାର କରୁଥିଲେ, ସବୁ ବ୍ୟାଙ୍କ ଋଣ କିସ୍ତିରେ ଯାଉଥିଲା। ଅର୍ଜୁନ ଗୋଟିଏ ପରେ ଗୋଟିଏ ଅନେକ ବ୍ୟାଙ୍କରୁ ଋଣ ନେଇଥିଲେ। ତାଙ୍କର ଋଣ ପରିମାଣ ପାଖାପାଖି ୬ ଲକ୍ଷ ଟଙ୍କା ଥିଲା। ଋଣ କିସ୍ତି ପୈଠ ନ କରିବାରୁ ବ୍ୟାଙ୍କ ଏଜେଣ୍ଟମାନେ ସେମାନଙ୍କ ଉପରେ ଚାପ ପକାଉଥିଲେ। ସେ ଅନେକ ଘରୋଇ ବ୍ୟାଙ୍କରୁ ଋଣ ନେଇଥିଲେ। ଏଭଳି ପରିସ୍ଥିତିରେ ସେମାନେ ଘରକୁ ଆସି ପତ୍ନୀ ଓ ପିଲାଙ୍କ ଆଗରେ ତାଙ୍କୁ ଅପମାନିତ କରୁଥିଲେ। ଏହାକୁ ନେଇ ଅର୍ଜୁନ ତାଙ୍କ ପତ୍ନୀ ନିଶାଙ୍କ ସହ ପୂରା ପରିବାର ସହ ମିଶି ଜୀବନ ହାରିବାକୁ ଯୋଜନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ