Sunday, September 13, 2026
23 C
Odisha

    ହୋଟେଲ ମାଲିକଙ୍କୁ ତଣ୍ଟି କାଟି ନିର୍ମମ ହତ୍ୟା: ଗଞ୍ଜେଇ ଚୋରା ଚାଲାଣକୁ ନେଇ ହତ୍ୟା ସନ୍ଦେହ

    ଆଗକୁ ପଢନ୍ତୁ

    ନୂଆପଡ଼ା: ନୂଆପଡ଼ା ସହର ଏକ ହୋଟେଲ ମାଲିକଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହୋଟେଲ ମାଲିକ ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ କୁମାର ସାହୁ(୩୭)। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ପଡିଛି। ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ ନୂଆପଡ଼ା ସହର ତହସିଲ ଅଫିସ ସମ୍ମୁଖରେ ଏକ ହୋଟେଲକୁ ଭଡ଼ାରେ ଚଳାଉଥିଲେ। ସେ ମାଣ୍ଡୋସିଲ ଓ ନୂଆପଡ଼ାକୁ ଯିବା ଆସିବା କରି ରହୁଥିଲେ। ଆଜି ରାତି ପ୍ରାୟ ୯ ଟାରେ ମାଣ୍ଡୋସିଲ ଗାଁ ନିକଟ ଭୁତମୁଣ୍ଡା ରାସ୍ତାର ଏକ ଚାଷଜମି କିଛି ଯୁବକ ପିଙ୍କୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲି ଯାଇଥିଲେ। ସେଠି ଚାଷଜମି କାଦୁଅରେ ପିଙ୍କୁଙ୍କୁ ଗୁରୁତର ଅବସ୍ଥାରେ ଛାଡି ଚାଲିଥିଲେ।
    ରାତିରେ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପିଙ୍କୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଙ୍କୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପିଙ୍କୁଙ୍କ ତଣ୍ଟିକୁ କାଟି ହତ୍ୟା କରିଥିବା ସନ୍ଦେହ ହେଉଛି। ସେହିପରି ପିଙ୍କୁଙ୍କ ମୁଣ୍ଡ ଓ ଦେହରେ କ୍ଷତ ଚିହ୍ନ ଲାଗିଛି। ଏବେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି। ଆଜି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ରହିଛି।

    ସୂଚନା ଥାଉକି, ପୂର୍ବରୁ ପିଙ୍କୁ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ରହିଥିଲେ। ଏବେ ତାଙ୍କର ଗୋଷ୍ଠୀ ଦୁଇ ଭାଗ ହୋଇଛି। ଏହି ଗଞ୍ଜେଇ ଚୋରା ଚାଲାଣକୁ ନେଇ ହତ୍ୟା କରାଯାଇଥିବା ପାଇକମାଲ ପୁଲିସ ସନ୍ଦେହ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    98 %
    1.6kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ