Wednesday, October 23, 2024
21.7 C
Odisha

    ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ହଳଦୀ ସେରିମନିରେ ଚାର୍ ଚାନ୍ଦ ଲଗାଇଲେ ବଲିଉଡ ଷ୍ଟାର

    ଆଗକୁ ପଢନ୍ତୁ

    ପୁଣି ଥରେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଘରେ ଶେହନାଇ ବାଜିବାକୁ ଯାଉଛି । ଅମ୍ବାନୀ ପରିବାରର ପ୍ରିୟ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବର୍ତ୍ତମାନ ବିବାହ ପାଇଁ ମାତ୍ର ୩ ଦିନ ବାକି ଅଛି । ଏନେଇ ବିବାହ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ବିବାହ ପୂର୍ବର ସମସ୍ତ ରୀତିନୀତି ଆରମ୍ଭ ହୋଇସାରିଛି । ସେହିଭଳି ଗତକାଲି ହଳଦୀ ସେରିମନିର ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରାୟତଃ ସବୁ ବଲିଉଡ ତାରକାଙ୍କ ଦେଖିବାକୁ ମିଳିଥିଲା ।

    ଜାନଭୀ କପୁର, ସାରା ଅଲି ଖାନ, ଅନନ୍ୟା ପାଣ୍ଡେ, ସଲମାନ ଖାନ, ରଣଭୀର ସିଂଙ୍କ ପରି ଅନେକ ତାରକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଅଧିକ ସ୍ୱତନ୍ତ୍ର କରିଥିଲେ । ହଳଦୀ ସେରିମନିରେ ସମସ୍ତଙ୍କୁ ୟେଲୋ ଆଉଟଫିଟରେ ଦେଖିବାକୁ ମିଳିଥିଲା ​​। ଏହାର କିଛି ଝଲକ ମଧ୍ୟ ସାମ୍ନାକୁ ଆସିଛି ଏବଂ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେଉଛି । ଏହି ଗ୍ରାଣ୍ଡ ହଳଦୀ ଇଭେଣ୍ଟ ଆଣ୍ଟିଲିଆରେ ଆୟୋଜିତ ହୋଇଥିଲା ।

    ହଳଦୀ ସେରିମନି ପରେ ସମସ୍ତ ସେଲିବ୍ରେଟି ହଳଦୀ ଲଗାଇଥିବାର ସ୍ପଟ ହୋଇଥିଲା । ଏହା ବ୍ୟତୀତ ଅମ୍ବାନୀ ପରିବାରର ସଦସ୍ୟମାନେ ମଧ୍ୟ ୟେଲୋ ଆଉଟଫିଟ ସହ ହଳଦୀ ଲଗାଇଥିବାର ନଜର ଆସିଥିଲେ । ମୁକେଶ ଅମ୍ବାନୀଙ୍କ ସାନଭାଇ ଅନିଲ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ଟିନା ଅମ୍ବାନୀ ମଧ୍ୟ ଆଣ୍ଟିଲିଆରୁ ବାହାରକୁ ଯାଉଥିବାର ନଜର ଆସିଥିଲେ । ସେ ପାପାରାଜି ପାଇଁ ମଧ୍ୟ ପୋଜ୍ ଦେଇଥିଲେ ।

    କହି ରଖୁଛୁ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ୧୨ ଜୁଲାଇ ୨୦୨୪ ରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ହେବ । ଏହି ୱେଡିଙ୍ଗ ଇଭେଣ୍ଟ ତିନି ଦିନ ଧରି ଚାଲିବ । ସାତ ଫେରା ପରେ ମଧ୍ୟ ଜୁଲାଇ ୧୩ ଏବଂ ଜୁଲାଇ ୧୪ରେ ଅନେକ ବିବାହ ରୀତିନୀତି ପାଳନ କରାଯିବ । ବଲିଉଡ, ହଲିଉଡ଼ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଦେଶ ତଥା ବିଶ୍ୱର ବହୁ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଏହି ୱେଡିଙ୍ଗରେ ଅଂଶଗ୍ରହଣ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ