Saturday, March 21, 2026
32.6 C
Odisha

    ମାନେଶ୍ଵରରେ ମା ଓ ଝିଅ ଜୀବନ୍ତ ଦଗ୍ଧ ଘଟଣା: ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ

    ଆଗକୁ ପଢନ୍ତୁ

    ସମ୍ବଲପୁର: ସମ୍ବଲପୁରର ମାନେଶ୍ଵରରେ ମା ଓ ଝିଅ ଜୀବନ ଦଗ୍ଧ ଘଟଣାରେ ମୁହଁ ଖୋଲିଛନ୍ତି ମୃତ ମହିଳା ସ୍ନେହଲତା ଦୀକ୍ଷିତଙ୍କ ସାନ ଝିଅ। ସେ କହିଛନ୍ତି, ସମ୍ପତ୍ତି ପାଇଁ ଭାଇ ବା ପୁତୁରା ଉଭୟଙ୍କୁ ହତ୍ୟା କରିଛନ୍ତି। ମାଆଙ୍କ ପାଖରେ କୋଟି କୋଟି ଟଙ୍କାର ସଂପତ୍ତି ଥିବା ହେତୁ ଭାଇ ବା ପୁତୁରା ହତ୍ୟା କରିଛନ୍ତି। ଏହି ଅଭିଯୋଗ ଆସିବା ପରେ ଏସଡିପିଓ ମଧ୍ୟ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରାଯିବ। ଏସଡିପିଓ କହିଛନ୍ତି ଯେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ସରିବା ପରେ ପ୍ରକୃତ ଘଟଣା ଜଣାଯିବ।
    ଉଲ୍ଲେଖଯୋଗ୍ୟ, ହାଟପଦାର ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ମା ଓ ଝିଅ ଜୀବନ୍ତ ଦଗ୍ଧ ହୋଇଛନ୍ତି। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ମୃତା ହେଲେ ମା’ ହେଉଛନ୍ତି ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରିନ୍ଦ୍ରୀ ଦୀକ୍ଷିତ। ମାଆଙ୍କ ବୟସ ୯୦ ହୋଇଥିବା ବେଳେ ଝିଅ ୬୨ ବର୍ଷ ବୟସ୍କା ବେଲି ଜଣାପଡିଛି ।
    ମୃତ ଝିଅ ଅର୍ଦ୍ଧ ଦଗ୍ଧ ହୋଇଥିବା ବେଳେ ମା’ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏହି ଘଟଣାଟି ବିଳମ୍ବିତ ରାତିରେ ଘଟିଛି । ଦୁଇ ମହଲା ଘରର ଉପର ରୁମରେ ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ସକାଳେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆଉ କଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ