Saturday, October 10, 2026
24.5 C
Odisha

    ଓଡ଼ିଶାରେ ଉତ୍ପାଦନ ହେବ ଟାଇଟାନିୟମ୍ ସ୍ଲାଗ୍; ବୁଝାମଣା ପତ୍ର ସ୍ୱାକ୍ଷରିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତରେ ଟାଇଟାନିୟମ୍ ସ୍ଲାଗ୍ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ଵିତ କରାଯିବ। ଏଠାରୁ ଉତ୍ପାଦନ ସାମଗ୍ରୀ ବିଦେଶରେ ବହୁରାଷ୍ଟ୍ରକୁ ରପ୍ତାନୀ କରାଯିବା ସହ ବିମାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ବ୍ୟାପକତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଥି ନିମନ୍ତେ ଇଣ୍ଡ-କାଜାକ୍ ଜଏଣ୍ଟ ଭେଞ୍ଚର୍ କମ୍ପାନି ଏବଂ କାମେନୋଗୋରସ୍କୋ ଟାଇଟାନିୟମ୍‌ ଏବଂ ମାଗ୍ନେସିୟମ୍ ପ୍ଲାଣ୍ଟ ଜେଏସ୍‌ସି କାଜାକ୍‌ସ୍ଥାନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
    ସୂଚନାଯୋଗ୍ୟ ଯେ ଦେଶରେ ପ୍ରସ୍ତୁତ ଟାଇଟାନିୟମ୍ କ୍ଷେତ୍ରରେ କଞ୍ଚାମାଲ ଯୋଗାଣ ନିମନ୍ତେ ଓଡ଼ିଶାର ବଡ଼ ଭୂମିକା ରହିଛି। ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ଵାରା ରାଜ୍ୟରୁ ବିରଳ ମୃତ୍ତିକା କଞ୍ଚାମାଲ ଯୋଗାଣ ବ୍ୟାପକ ହେବ। ଏହା ଦ୍ଵାର। ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରେସିଡେଣ୍ଟ ୟୁକେଟିଏମ୍ ପିଜେଏସ୍‌ସି ଆସେମ୍ ମାମୁଟୋଭା ଏବଂ ଆଇଆର୍‌ଏଲ୍ (ଇଣ୍ଡିଆ) ଲିମିଟେଡ୍‌ର ଚେୟାମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡ. ଦୀପେନ୍ଦ୍ର ସିଂହ ଏହି ଚୁକ୍ତିପତ୍ରରେ ସ୍ଵାକ୍ଷର କରିଥିଲେ।

    ଏହି ଚୁକ୍ତିନାମା ସ୍ୱାକ୍ଷର ଅବସରରେ ଡକ୍ଟର ଏ.କେ. ମହାନ୍ତି, ଆସେମ୍ ମାମୁଟୋଭା, ପ୍ରେସିଡେଣ୍ଟ, ୟୁକେଟିଏମ୍ ପି ଜେଏସ୍‌ସି, କାଜାକ୍‌ସ୍ଥାନର ରିପବ୍ଲିକ୍ ଅଫ୍ କାଜାକ୍‌ସ୍ଥାନରୁ ଭାରତର ରାଷ୍ଟ୍ରଦୂତ ନୁର୍‌ଲାନ୍ ଜାଲଗାଏକ୍ସ୍, ଆଇଆର୍ଏଲ୍ (ଇଣ୍ଡିଆ) ଲିମିଟେଡ୍‌ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଦୀପେନ୍ଦ୍ର ସିଂ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ