Saturday, October 3, 2026
30.8 C
Odisha

    କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଓ୍ବାକଫ୍ ବିଲକୁ ମୁସଲିମ ପର୍ସନାଲ ଲ’ବୋର୍ଡର ବିରୋଧ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ସରକାର ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହାକୁ ନେଇ ଏବେ ମୁସଲିମ ପକ୍ଷରୁ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏ ନେଇ ଏକ ବିବୃତି ଦେଇଛି। ବୋର୍ଡ କହିଛି ଯେ ଆମେ ଓ୍ଵାକଫ୍ ଆଇନ ୨୦୧୩ରେ କୌଣସି ପରିବର୍ତ୍ତନକୁ ଗ୍ରହଣ କରିବୁ ନାହିଁ, ଯାହା ୱାକଫ୍ ସମ୍ପତ୍ତିର ସ୍ଥିତି ଏବଂ ପ୍ରକୃତିକୁ ପରିବର୍ତ୍ତନ କରେ କିମ୍ବା ସରକାର କିମ୍ବା କୌଣସି ବ୍ୟକ୍ତିଙ୍କ ପାଇଁ ଏହାକୁ ହଡ଼ପ କରିବା ସହଜ କରିବ। ସେହିଭଳି ଓ୍ଵାକଫ୍ ବୋର୍ଡର ଅଧିକାରକୁ କ୍ଷୁଣ୍ଣ କିମ୍ବା ସୀମିତ କରିବାକୁ ବରଦାସ୍ତ କରାଯିବ ନାହିଁ।
    ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ମୁଖପାତ୍ର ଡକ୍ଟର ସୟଦ କାସିମ ରସୁଲ ଇଲିୟାସ ଏକ ବିବୃତିରେ କହିଛନ୍ତି ଯେ ବିଶ୍ୱସନୀୟ ସୂଚନା ଅନୁଯାୟୀ ଭାରତ ସରକାର ଓ୍ଵାକଫ୍ ଆଇନ ୨୦୧୩ରେ ପ୍ରାୟ ୪୦ଟି ସଂଶୋଧନ ମାଧ୍ୟମରେ ଓ୍ଵାକଫ୍ ସମ୍ପତ୍ତିର ସ୍ଥିତି ଏବଂ ପ୍ରକୃତିକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ସଂସଦରେ ଏଭଳି ବିଲ୍ ଆଗତ ହୋଇପାରେ। ମୁସଲିମ ପର୍ସନାଲ ଲ’ ବୋର୍ଡ ସ୍ପଷ୍ଟ କରିବା ଜରୁରୀ ମନେ କରେ ଯେ ୱାକଫ୍ ସମ୍ପତ୍ତି ହେଉଛି ମୁସଲମାନମାନଙ୍କୁ ସେମାନଙ୍କ ବୟୋଜ୍ୟେଷ୍ଠମାନଙ୍କ ଦ୍ୱାରା ଦିଆଯାଇଥିବା ଉପହାର, ଯେଉଁମାନଙ୍କୁ ଧାର୍ମିକ ଏବଂ ଦାତବ୍ୟ କାର୍ଯ୍ୟ ପାଇଁ ୱାକ୍ଫ ଦିଆଯାଇଛି । ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାର ଓ୍ଵାକଫ୍ ଆଇନ ପ୍ରଣୟନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ