Saturday, October 3, 2026
30.8 C
Odisha

    ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

    ଆଗକୁ ପଢନ୍ତୁ

    ଝରିଗାଁ: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡରା ମୁଖ୍ୟ ସଡକରେ। ମୃତ ଯୁବକ ଜଣକ ହେଲେ ଉମରକୋଟ ଥାନା ଖୁଟୁ ଗୁଡା ଗ୍ରାମର ଉଦ୍ଧବ ପନକା (୩୦)। ଅନ୍ୟ ତିନି ଆହତ ହେଲେ ଖୁଟୁ ଗୁଡା ଗ୍ରାମର ମଧୁ କଲାର(୩୫), ମୋତି ରାମ ରାଜଗଣ୍ଡ (୩୦) ଓ କୋଡିଗାଁ ଥାନା ଅନ୍ତର୍ଗତ ସାନ ଗୁମୁଡା ଗ୍ରାମର ରବି ମାଳୀ। ‌ମିଳିଥିବା ସୂଚନା ଅନୁସାରେ ଉଦ୍ଧବ,ମଧୁ ଓ ମୋତି ରାମ ଗୋଟିଏ ବାଇକ୍ ଧୋଡରା ଗ୍ରାମକୁ ମାଂସ କିଣିବାକୁ ଯାଇଥିଲେ। ଖୁଟୁ ଗୁଡା ନିଜ ଗ୍ରାମ କୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ରବିଙ୍କ ସହ ଧୋଡରା ମୁଖ୍ୟ ରାସ୍ତାର ଫରେଷ୍ଟ ଅଫିସ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଦ୍ଧବ ଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲିି କହିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ତିନି ଆହତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ