Monday, September 14, 2026
28.8 C
Odisha

    ବାଂଲାଦେଶ ଇସ୍କନ ପୁଣ୍ଡରୀକ ଧାମ ସାଧୁଙ୍କ ଗିରଫ ପରେ ଚିନ୍ତିତ ଭାରତ

    ଆଗକୁ ପଢନ୍ତୁ

    କୋଲକାତା: ବାଂଲାଦେଶ ଇସ୍ପନ ପୁଣ୍ଡରୀକ ଧାମ ସାଧୁ ତଥା ସଂଖ୍ୟାଲଘୁ ସଂଗଠନ ବାଂଲାଦେଶ ସନାତନୀ ଜାଗରଣ ଜୋତେର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାକା‌ ବିମାନ ବନ୍ଦରରେ ଗିରଫ କରାଯାଇଛି। ଏହାକୁ ନେଇ ଏବେ ଚିନ୍ତା ପ୍ରକଟ କରିିଛି ଭାରତ।।ବୈଦେଶିକ ବ୍ୟପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି ଯେ ‘‘ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ଡକାୟତି, ଚୋରି, ଭଙ୍ଗାରୁଜା ତଥା ଧାର୍ମିକ ସ୍ଥାନଗୁଡିକର ଅପମାନ ଭଳି ଘଟଣା ଘଟିବାରେ ଲାଗିଛି।’’

    ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସ‌ନ୍ତୋଷ ତେଜିଛି।

    ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି  ସହ ଏକ ସଂଖ୍ୟାଲଘୁ  ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା। ଏହି ଘଟଣା ପରେ ସେ ଗିରଫ ହୋଇଛନ୍ତି। ଏହି ଖବର ମିଳିବା ପରେ ଇସ୍କନ ମୁଖପାତ୍ର ରାଧାରମଣ ଦାସ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଢାକା ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଏବେ ମୁଁ ଖବର ପାଇଲି ଯେ ହିନ୍ଦୁ ସନ୍ଥ ଏବଂ ବାଂଲାଦେଶୀ ସଂଖ୍ୟାଲଘୁଙ୍କର ଜଣେ ପ୍ରମୁଖ ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଏଭଳି ଏକ ଜଟିଳ ସମୟରେ ଢାକା ପୁଲିସ ଗିରଫ କରି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି।  ଚଳିତ ସପ୍ତାହରେ ତାଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲା ରୁଜୁ ହେବାପରେ ତାଙ୍କୁ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ