Saturday, October 10, 2026
24.5 C
Odisha

    ଜାନୁଆରୀ ୨ରେ ପାଳିତ ହେବ ବୋଉ ଦିବସ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବୋଉ’ ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ । ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ବୋଉ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ବୋଉର ଅତୁଳନୀୟ ମମତାକୁ ମନେପକାଇବା ପାଇଁ ବୋଉ ଫାଉଣ୍ଡେସନ ପକ୍ଷରୁ ପାଳିତ ହେବାକୁ ଯାଉଛି “ବୋଉ ଦିବସ” । ଓ ଡ଼ିଆ ଜାତିର ଅନନ୍ୟ ପରିଚୟ ‘ବୋଉ’ ଶବ୍ଦକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଜାନୁଆରୀ ୨ ତାରିଖକୁ ବୋଉ ଦିବସ ପାଳନ କରାଯାଉଛି ।

    ଚଳିତବର୍ଷ ୧୦ ତମ ବୋଉ ଦିବସ ପାଳନ ହେବାକୁ ଥିବା ବେଳେ ୫୫ ତମ ଇଣ୍ଟରନ୍ୟାସନାଲ ଫିଲ୍ମ୍ ଫେଷ୍ଟିଭାଲ ଅଫ ଇଣ୍ଡିଆ ପାନୋରମାରେ ସାମିଲ ହୋଇଥିବା ପ୍ରାମାଣିକ ଚଳଚ୍ଚିତ୍ର ମୋ ବୋଉ ମୋ ଗାଁଟି ପ୍ରଦର୍ଶିତ ହେବ, ଏହି ଚଳଚିତ୍ର ଯାହା ଆମ ଅତୀତ ଆଉ ଆମ ଗାଁର ସ୍ମୃତିକୁ ମନେ ପକାଇବ ବୋଲି ଆଜିର ବୋଉ ଫାଉଣ୍ଡେସନ ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ବିଶିଷ୍ଟ ଓଡ଼ିଆ ସିନେ ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଜାନୁଆରୀ ୨ ତାରିଖ ବୋଉ ଦିବସରେ ବୋଉ ମଣିଷ ସମ୍ମାନରେ ସମ୍ମାନିତ ହେବେ ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ ଓ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ଅବସରରେ ବୋଉ ଦିବସରେ ପ୍ରଦର୍ଶିତ ହେବ ପ୍ରାମାଣିକ ଚଳଚ୍ଚିତ୍ର ମୋ ବୋଉ ମୋ ଗାଁ । ଆଜି ସମ୍ବାଳଦିକ ସମିଳନୀ ରେ ଉପସ୍ଥିତ ଥିଲେ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, କୋଲକତା ସ୍ଥିତ ଏସଆରଏଫଟିଆଇର ପୂର୍ବତନ ନିର୍ଦେଶକ ତଥା ଚଳଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ମୋ ବୋଉ ମୋ ଗାଁର ନିର୍ଦେଶକ ସୁବାସ ସାହୁ ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ