Tuesday, February 10, 2026
14 C
Odisha

    ବାଂଲାଦେଶ ସେନାରେ ବିଦ୍ରୋହ: ଦୁଇ ଜେନେରାଲ ଗୋଷ୍ଠୀ ମୁହାଁମୁହିଁ

    ଆଗକୁ ପଢନ୍ତୁ

    ଢାକା: ବାଂଲାଦେଶର ସବୁଠାରୁ ଶକ୍ତିଶାଳୀ ଅନୁଷ୍ଠାନ ଭାବରେ ଦେଖାଯାଉଥିବା ଦେଶର ସେନା ସଙ୍କଟ ସ୍ଥିତିରେ ଅଛି। ସମସ୍ୟା ସେନା ଭିତରେ ସୃଷ୍ଟି ହୋଇଛି। ସେନା ଭିତରେ ବିଭାଜନ ଏବଂ ବିଦ୍ରୋହର ଆଶଙ୍କା ଦେଖାଦେଇଛି। ସେନାରେ ତିନୋଟି କ୍ଷମତା କେନ୍ଦ୍ର ଗଠିତ ହୋଇଥିବା କୁହାଯାଇଛି।ଏହି କେନ୍ଦ୍ରଗୁଡ଼ିକ ଜଣେ ଜଣେ ଜେନେରାଲଙ୍କ ଦ୍ୱାରା ପରିଚାଳିତ ହେଉଥିବା କୁହାଯାଉଛି। ଶେଖ ହାସିନାଙ୍କ ସରକାରଙ୍କ ପତନ ପରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସମୟରେ ସେନା ଦେଶକୁ ଅରାଜକତାରୁ ରକ୍ଷା କରିବା ନେଇ ସେନା ଉପରେ ଭରସା ରହିଥିବାବେଳେ ସେନାରେ ବିଦ୍ରୋହ ସ୍ଥିତି ଦେଖାଦେଇଛି।

    ତିନୋଟି ଶକ୍ତି କେନ୍ଦ୍ରର ବୃଦ୍ଧି ସହିତ ବାଂଲାଦେଶ ସେନା ଏକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଗଣମାଧ୍ୟମ ସୂଚନା ଅନୁଯାୟୀ, ଯଦିଓ ଏପର୍ଯ୍ୟନ୍ତ କୌଣସି ସଙ୍କଟ ନାହିଁ ତଥାପି ଆୱାମୀ ଲିଗ୍ ଏବଂ ଇସଲାମିକ୍ ଗୋଷ୍ଠୀ ଦ୍ୱାରା ପ୍ରଭାବିତ ଜେନେରାଲଙ୍କ ମଧ୍ୟରେ ବିବାଦ ଏବଂ ମୁହାଁମୁହିଁ ସ୍ଥିତି ଯୋଗୁ ସେନାକୁ ଆହ୍ବାନ ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି।

    କ୍ଷମତାର ଗୋଟିଏ କେନ୍ଦ୍ର ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଶାହିନୁଲ ହକଙ୍କ ନେତୃତ୍ୱରେ ଅଛି। ତାଙ୍କୁ ସବୁଠାରୁ ଶକ୍ତିଶାଳୀ ବିଭାଗ ଭାବେ ବିବେଚନା କରାଯାଉଥିବା ବାଂଲାଦେଶ ସେନାର ନବମ ଡିଭିଜନର ଆୱାମୀ ଲିଗ୍ ସମର୍ଥକ ମେଜର ଜେନେରାଲ୍ ମହମ୍ମଦ ମୋଇନ୍ ଖାନ୍ ସମର୍ଥନ କରୁଛନ୍ତି।

    ଲେଫ୍ଟନାଣ୍ଟ ଜେନେରାଲ୍ ହକ୍ ବିଜୟ ଦିବସ ପ୍ୟାରେଡ୍ ୨୦୨୨ର ପ୍ୟାରେଡ୍ କମାଣ୍ଡର ଥିଲେ ଏବଂ ଏହା ପୂର୍ବରୁ ସେନା ମୁଖ୍ୟାଳୟରେ ଜେନେରାଲ୍ ଷ୍ଟାଫ୍ ଥିଲେ।ଜୁଲାଇ ୧୯୮୯ରେ ତାଙ୍କୁ ଇନଫାଣ୍ଟ୍ରି ‌କୋର୍ କମିସନରେ ନିଯୁକ୍ତ କରାଯାଇଥିଲା। ତାଙ୍କ କମିସନରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ସୋର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ସେ ଆର୍ମି ମୁଖ୍ୟାଳୟ, ଜେନେରାଲ ଷ୍ଟାଫ୍ ଶାଖାରେ ଅସ୍ତ୍ରଶସ୍ତ୍ର, ଯନ୍ତ୍ରପାତି ଏବଂ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।ସେନାର ଦ୍ୱିତୀୟ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଫୈଜୁର ରହମାନ। ସୂଚନାନୁସାରେ, ହିଜବୁତ ତହିରିରଙ୍କ ସହ ଜଡିତ ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା ମହଫୁଜ ଆଲମ ଛାତ୍ର ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେ ଏହା ପୂର୍ବରୁ ବାଂଲାଦେଶ ସେନାର ସାମରିକ ଗୁପ୍ତଚର ସଂସ୍ଥା ଡିଜିଏଫ୍ଆଇର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି।

    ଗୁଜବ ରହିଛି ଯେ, ଜେନେରାଲ ୱାକର-ଉଜ-ଜମାନ ଏକ ବିଦେଶ ଗସ୍ତରେ ଥିବାବେଳେ ବାଂଲାଦେଶର ରାଷ୍ଟ୍ରପତିଙ୍କୁ ହଟାଇବା ପାଇଁ ଷଡଯନ୍ତ୍ରରେ ଲେଫ୍ଟନାଣ୍ଟ ଜେନେରାଲ ଫୈଜୁର ରହମାନ ସାମିଲ ଥିଲେ।

    ସୂତ୍ରରୁ ଜଣାପଡିଛି, ଯଦି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଇସ୍ତଫା ଦିଅନ୍ତି ଏବଂ ଆସନ୍ତା ମାସରେ ଢାକା ଛାଡନ୍ତି ତେବେ ଫୈଜୁର ସେନା ମୁଖ୍ୟଙ୍କୁ ହଟାଇବା ପାଇଁ ଏକ ଷଡଯନ୍ତ୍ରରେ ସାମିଲ ହୋଇପାରନ୍ତି।

    ସୂଚନାଯୋଗ୍ୟ, ବାଂଲାଦେଶ ସେନାରେ କ୍ଷମତା ଦଖଲ ଷଡ଼ଯନ୍ତ୍ର କିଛି ନୂଆ ନୁହେଁ। ୧୯୭୦ ଦଶକ ମଧ୍ୟଭାଗରୁ ୧୯୮୦ ଦଶକ ମଧ୍ୟରେ ୨୦ରୁ ଅଧିକ କ୍ଷମତା ଦଖଲ ଷଡ଼ଯନ୍ତ୍ର ହୋଇଥିାର ଇତିହାସ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    14 ° C
    14 °
    14 °
    54 %
    1.3kmh
    24 %
    Tue
    30 °
    Wed
    32 °
    Thu
    33 °
    Fri
    33 °
    Sat
    34 °

    ସମ୍ବନ୍ଧିତ