Wednesday, October 14, 2026
26.2 C
Odisha

    ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳି ପତ୍ନୀମାନଙ୍କ ସହିତ ରହି ପାରିବେ ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ବିସିସିଆଇ( ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ) ବ୍ୟବସ୍ଥାରେ ସଂଶୋଧନ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି। ଏଥି ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି କୌଣସି ଶୃଙ୍ଖଳା ୪୫ ଦିନ କିମ୍ବା ତା’ ଠାରୁ ଅଧିକ ହୁଏ ତେବେ ଖେଳାଳିଙ୍କୁ ‌ସେମାନଙ୍କ ପରିବାର ସହିତ ୧୪ଦିନ ରହିବାକୁ ସୁଯୋଗ ମିଳିବ। ଯଦି ସିରିଜ୍ ଏହା ଠାରୁ କମ୍ ହୋଇଥିବ ତେବେ ୭ ଦିନ ରହିବାକୁ ଅନୁମତି ଦିଆଯିବ। ଏମିତି କି ଗୌତମ ଗମ୍ଭୀରଙ୍କ ନିଜସ୍ବ ମ୍ୟାନେଜରଙ୍କୁ ବି ଭିଆଇପି ବକ୍ସ କିମ୍ବା ଟିମ ବସରେ ବସିବାର ଅନୁମତି ମିଳିବ ନାହିଁ। ତାଙ୍କର ଅନ୍ୟ ଏକ ହୋଟେଲରେ ରହିବାର ବ୍ୟବସ୍ଥା କରାଯିବ। କେବଳ ଏତିକି ନୁ‌ହେଁ ବିସିସିଆଇର କଠୋର ନିୟମ ଅନୁଯାୟୀ ସିରିଜ ପାଇଁ ଯାତ୍ରା କରୁଥିବା  ସମୟରେ ଖେଳାଳି ନେଉଥିବା ସାମଗ୍ରୀ ଯଦି ୧୫୦କିଲୋଗ୍ରାମରୁ ଅଧିକ ହୁଏ ତେବେ ବିସିସିଆଇ ଖେଳାଳିଙ୍କୁ ଦେଉଥିବା ଅତିରିକ୍ତ ସାମଗ୍ରୀ ଶୁଳ୍କ ‌ପୈଠ କରିବ ନାହିଁ। ଟିମ ଇଣ୍ଡିଆର ପରାଜୟ ପରେ ବିସିସିଆଇ ମୁମ୍ବାଇରେ ଏକ ବୈଠକ ଅନୁଷ୍ଠିତ କରିଥିଲା। ଏଥିରେ ହେଡ୍‌ କୋଚ୍‌ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ