Saturday, July 27, 2024
24.6 C
Odisha

    କେନ୍ଦ୍ର ସରକାରଙ୍କ ନିଯୁକ୍ତି ମେଳା, ୧ ଲକ୍ଷ ଯୁବବର୍ଗଙ୍କୁ ମିିଳିଲା ନିଯୁକ୍ତିପତ୍ର । ଭୁବନେଶ୍ୱରରେ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ରୋଜଗାର ମେଳାରେ ଆଜି ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ମିଳିଛି । ଦେଶର ୪୭ ସ୍ଥାନରେ ରାଷ୍ଟ୍ରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ସାମିଲ ହୋଇ ପ୍ରଥମେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଲଗାତାର ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉଛି । ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆରମ୍ଭ କରି ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ଦୀର୍ଘ ସମୟ ଲାଗୁଥିଲା । ଯେଉଁ ସମୟରେ ନିଯୁକ୍ତି ପାଇଁ ଟଙ୍କା କାରବାର ହେଉଥିଲା । କିନ୍ତୁ ଏବେ ପୂରା ପାରଦର୍ଶିତାର ସହ କେନ୍ଦ୍ର ସରକାର ନିଯୁକ୍ତି ଦେଉଛନ୍ତି । ଏବେ ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଆସିଛି ଯେ, କଠିନ ପରିଶ୍ରମ ଓ ନିଜର ପ୍ରତିଭା ବଳରେ ହିଁ ନିଯୁକ୍ତି ମିଳିପାରିବ । ଏହି ରୋଜଗାର ମେଳା ଜରିଆରେ ଭାରତୀୟ ରେଳବିଭାଗରେ ମଧ୍ୟ ନିଯୁକ୍ତି ମିଳୁଛି । ଭାରତୀୟ ରେଳ ବିଭାଗର ଏବେ ନବକଳେବର ହେବାକୁ ଯାଉଛି । ସେହିଭଳି ଭାରତ ଏବେ ତୃତୀୟ ବୃହତ ଷ୍ଟାର୍ଟଅପ ଅର୍ଥନୀତି ଭାବେ ଉଭା ହେଲାଣି । ଛୋଟ ଛୋଟ ସହରରେ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି ଯୁବବର୍ଗ । ଏହି ଷ୍ଟାର୍ଟଅପରେ ମଧ୍ୟ ଅନେକ ଯୁବକଙ୍କୁ ନିଯୁକ୍ତି ମିଳିପାରୁଛି ।ଅନ୍ୟପଟେ ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ରୋଜଗାର ମେଳାରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୩ ଶହ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯୁବବର୍ଗଙ୍କ ନିଯୁକ୍ତି ପ୍ରଦାନକୁ ପ୍ରାଥମିକତା ଆଧାରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆଧାରରେ ଏହି ରୋଜଗାର ମେଳା ଆୟୋଜନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ