Friday, May 8, 2026
26.2 C
Odisha

    ସୋରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସିକ୍ୟୁରିଟି ଗାର୍ଡ

    ଆଗକୁ ପଢନ୍ତୁ

    ସିକ୍ୟୁରିଟି ଗାର୍ଡଙ୍କ ଭରସାରେ ରୋଗୀ । ହସ୍ପିଟାଲର ଟିକେଟ୍ କାଉନ୍ଟରରେ ରୋଗୀ ଟିକେଟ୍ କାଟୁଛନ୍ତି । ଏପରିକି ରୋଗୀଙ୍କ ରକ୍ତଚାପ ମଧ୍ୟ ମାପୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋରର ଡାକ୍ତରଖାନାରେ ଏପରି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କାମରେ ଜଡ଼ିତ ହୋଇପାରିବେ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ସୋର ବ୍ଲକ ଅନନ୍ତପୁର ଓ ସୋରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ଖୋଲା ଉଲଂଘନ ଦେଖିବାକୁ ମିଳିଛି । ଅନନ୍ତପୁର ଡାକ୍ତରଖାନାରେ ଏକାଧିକ କର୍ମଚାରୀଙ୍କ ପଦ ଫାଙ୍କା ରହିଛି । ଫଳରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ସୁରକ୍ଷା କାମ ଛାଡି ସ୍ୱାସ୍ଥ୍ୟ ସେବାରେ ଲାଗିଛନ୍ତି । ପ୍ରେସ୍କ୍ରିପ୍ସନରେ ରୋଗୀଙ୍କ ନାଁ ଲେଖିବା ସହ ଓଜନ ଓ ରକ୍ତଚାପ ମଧ୍ୟ ମାପୁଛନ୍ତି । ସେହିପରି ସୋର ଡାକ୍ତରଖାନାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.2 ° C
    26.2 °
    26.2 °
    62 %
    8kmh
    53 %
    Fri
    35 °
    Sat
    39 °
    Sun
    39 °
    Mon
    38 °
    Tue
    39 °

    ସମ୍ବନ୍ଧିତ