Monday, October 5, 2026
31.3 C
Odisha

    ଜାତୀୟ ମହିଳା ଦିନିକିଆ: ସୁଶ୍ରୀ, ଜାନକୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ, ଓଡ଼ିଶାର ଚତୁର୍ଥ ବିଜୟsports

    ଆଗକୁ ପଢନ୍ତୁ

    ଚଳିତ ଜାତୀୟ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ସୋମବାର ଚତୁର୍ଥ ବିଜୟ ପାଇଛି। ହ୍ୟାଟ୍ରିକ୍‌ ବିଜୟ ପରେ ଗତ ମ୍ୟାଚ୍‌ରେ ମୁମ୍ବାଇଠୁ ହାରିଥିବା ଓଡ଼ିଶା ପୁଣି ଥରେ ଲୟକୁ ଫେରିଛି। ଅହମଦାବାଦରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ଜାନକୀ ରେଡ୍ଡୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ‌ବଳରେ ଓଡ଼ିଶା ୫୬ ରନ୍‌ରେ ହାଇଦ୍ରାବାଦକୁ ମାତ୍‌ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୮ ୱିକେଟ୍‌ ହରାଇ ୧୯୯ ରନ୍‌ କରିଥିଲା। ଓଡ଼ିଶା ଅଧିନାୟିକା ସୁଶ୍ରୀ (୫୭, ୮୬ ବଲ୍‌, ୪ ଚୌକା) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଜାନକୀ ରେଡ୍ଡୀ ୪୨ ଓ ମାଧୁରୀ ମେହେଟ୍ଟା ୨୩ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଜବାବରେ ହାଇଦ୍ରାବାଦ ୪୩.୨ ଓଭରରେ ୧୪୩ ରନ୍‌ରେ ଅଟକି ଯାଇଥିଲା। ଓଡ଼ିଶା ପକ୍ଷରୁ ଜାନକୀ ରେଡ୍ଡୀ ୩ ଏବଂ ଜ୍ୟୋତି କୁମାରୀ ପ୍ରସାଦ ଓ ସୁଶ୍ରୀ ୨ ଲେଖାଏଁ ୱିକେଟ୍‌ ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ