Monday, October 5, 2026
31.3 C
Odisha

    ୫ଦିନ ଯାଏଁ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା: ପାଣିପାଗ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜିଠାରୁ ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଡିସେମ୍ବର ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୁଳ ଓଡ଼ିଶାରେ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତା ସହ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ବାୟୁର ଦିଶା ପରିବର୍ତ୍ତନକୁ ନେଇ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଜି ଗଂଜାମ ଓ ଗଜପତିରେ ହାଲୁକା ବର୍ଷାର ସମ୍ଭାବନା ଥିବା ବେଳେ ଆସନ୍ତାକାଲି ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ଓ ମାଲକାନଗିରିରେ ବର୍ଷା ହେବାର ସମ୍ଭାବନା ରହିଛି।

    ସେହିପରି ୧୯ ତାରିଖ ଠାରୁ ବର୍ଷାର ପରିମାଣ ବଢ଼ିବା ସହ ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମଧରଣର ବର୍ଷାକୁ ନେଇ ଗଂଜାମ, ଗଜପତି, ରାୟଗଡ଼ା, କାନ୍ଦମାଳ କଳାହାଣ୍ଡି, ମାଲକାନଗିରି କୋରାପୁଟ ଓ ନବରଙ୍ଗପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଡିସେମ୍ବର ୨୦ ତାରିଖରେ ପୁରୀ, ଜଗତସିଂହପୁର, ଖୋଦ୍ଧା, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ , କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ , ସମ୍ୱଲପୁର, ସୁବାନ୍ୟାପୁର ଓ ବଲାଙ୍ଗୀର ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।

    ବର୍ଷା ଯୋଗୁଁ ଚାଷୀଙ୍କୁ ସତର୍କ କରାଯାଇଥିବା ବେଳେ ଅମଳ କରିସାରିଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବର୍ଷା ଯୋଗୁଁ ରାତିର ପାରଦ ମଧ୍ୟ ବୃଦ୍ଧି ପାଇବ। ହେଲେ ଶୀତର ପ୍ରଭାବ କମିବନି। ଲୋକେ ଶୀତ ଅନୁଭବ କରିବେ। କାରଣ ଦିନ ତାପମାତ୍ରା ହ୍ରାସ ପାଇବା ସହ ପବନ ମଧ୍ୟ ପ୍ରବାହିତ ହେବ। ବର୍ଷା ଓ କୋହଲା ପାଗ ଦ୍ବାରା ଦିନରେ ଲୋକେ ଅଧିକ ଶୀତ ଅନୁଭବ କରିବେ। ଏହିପରି ସ୍ଥିତି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ରାତିରେ ତାପମାତ୍ର ୩ ରୁ ୫ ଡିଗ୍ରି ବୃଦ୍ଧି ପାଇବ। ୨୨ ରୁ ପୁଣି କମିବ ରାତି ତାପମାତ୍ରା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ