Thursday, March 26, 2026
26.8 C
Odisha

    ‘ମୁଡ୍‌ ଅଫ୍‌ ଦ ନେସନ୍‌’ ସର୍ଭେରେ ନବୀନ ପୁଣି ନମ୍ବର ୱାନ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ନବୀନ ପୁଣି ନମ୍ବର-୧। ଓଡ଼ିଶାର ଅପ୍ରତିଦ୍ୱନ୍ଦ୍ବୀ ଏବଂ ସଫଳ ଶାସକ ଭାବେ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମିଳିଛି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆଖ୍ୟା। କ୍ରମାଗତ ୭ମ ଥର ପାଇଁ ତାଙ୍କୁ ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦ ନେସନ୍‌ ଜନମତ ସର୍ଭେରେ ‘ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ’ ଭାବେ ସ୍ଥାନିତ କରାଯାଇଛି। ରିପୋର୍ଟ ଅନୁସାରେ, ସର୍ଭେରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୫୨.୭% ଲୋକ ନବୀନ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଏହି ତାଲିକାରେ ନବୀନଙ୍କ ପଛକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ରହିଛନ୍ତି।

    ସେହିପରି ଦେଶର ଶ୍ରେଷ୍ଠ ୧୦ ଜଣ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ୫ମ ସ୍ଥାନରେ ରହିଛନ୍ତି। ନିର୍ବାଚନ ବର୍ଷରେ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ଶୀର୍ଷ ସ୍ଥାନ ବଜାୟ ରଖିଥିବା ନବୀନ ପଟ୍ଟନାୟକ ଲଗାତାର ୬ଷ୍ଠ ଧର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିବାର ସମ୍ଭାବନା ବେଶ୍‌ ଉଜ୍ଜ୍ୱଳ ରହିଛି ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି।୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କୁ ନିରବିଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ନବୀନ ଏକ ରୂପାନ୍ତରିତ ଓଡ଼ିଶା ଗଠନ କରିବା ଦିଗରେ ଅଗ୍ରସର ହେଉଛନ୍ତି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପାଇଥିବା ରାଜ୍ୟ ସରକାର ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ଦିଗରେ ନିଜ ପ୍ରତିବଦ୍ଧତାକୁ ଶାଣୀତ କରି ଚାଲିଛନ୍ତି। ଆର୍ଥିକ ପରିଚାଳନା ହେଉ ଅବା, ଦକ୍ଷତା ବିକାଶ, ଶିଳ୍ପାୟନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ରମାଗତ ଭାବେ ବିକାଶର ନୂତନ ସୋପାନକୁ ଉନ୍ନିତ ହୋଇ ଇର୍ଷଣୀୟ ସଫଳତାର କୀର୍ତ୍ତିମାନ ହାସଲ କରିପାରିଛି। ପରିଣାମ ସ୍ୱରୂପ ଓଡ଼ିଶାବାସୀ ନବୀନ ସରକାରକୁ ବାରମ୍ବାର ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି। ଏଣୁ ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦ ନେସନ୍‌ ଜନମତ ସର୍ଭେରେ ଏହାର ସକାରାତ୍ମକ ପ୍ରତିଫଳନ ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ