Friday, October 16, 2026
26.1 C
Odisha

    ବିରୋଧୀ ଦଳର ନେତା ହେଲେ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶଙ୍ଖ ଭବନରେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡ଼ିର ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକରେ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ହେଲେ ବିରୋଧୀ ଦଳ ଉପନେତା । ସେହିପରି ପ୍ରମିଳା ମଲ୍ଲିକ ବିରୋଧୀ ଦଳରମୁଖ୍ୟସେଚତକ ହୋଇଥିବା ବେଳେ ପ୍ରତାପ ଦେବ ହୋଇଛନ୍ତି ବିରୋଧୀ ଦଳର ଉପମୁଖ୍ୟସେଚତକ। ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ । ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ। ୨୪ ବର୍ଷ ଧରି ଓଡ଼ିଶାର ନେତୃ୍ତ୍ବ ନେଇ ନବୀନ ବିକାଶ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି । ତାଙ୍କର ଅଭିଜ୍ଞତା ଓ ଅନୁଭୂତି ଗୃହରେ ବିରୋଧୀ ଦଳ ନେତା ଭାବେ ବେଶ ସହାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ