Sunday, October 11, 2026
25 C
Odisha

    ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇନି: ଆଇନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଜୁଲାଇ ୮ ତାରିଖ ଖୋଲିବ ନାହିଁ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସରକାର। ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନି। ବିଶୃଙ୍ଖ ଳିତ ଭାବରେ ଜଣେ ଏଏସାଆଇ ଅଧିକାରୀ ଏ ବାବଦରେ ଭ୍ରାନ୍ତ ବିବୃତ୍ତି ଦେଇଛନ୍ତି। ତାଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ରତ୍ନ ଭଣ୍ଡାର ଖୋଲିବା ଉପରେ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି। ରତ୍ନ ଭଣ୍ଡାର ଖୋଲିବା ବାବଦରେ ସରକାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆଜି ସକାଳେ ଜୁଲାଇ ୮ ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡିବି ଗଡ଼ନାୟକଙ୍କ ସୂଚନା ଦେଇଥିଲେ। ରଥଯାତ୍ରା ପରଦିନ ଅର୍ଥାତ ୮ରେ ଖୋଲାଯିବ ରତ୍ନଭଣ୍ଡାର ବୋଲି ସେ କହିଥିଲେ। ଖବର ଅନୁଯାୟୀ, ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଏହି ଲେଜର ସ୍କାନିଂରେ ରତ୍ନଭଣ୍ଡାର କାନ୍ଥରେ କ୍ରାକ୍‌ ରହିଥିବା ଜଣାପଡିଛି। ଏପରି ହୋଇଥିଲେ ପାଣି ଜକଉଥାଇପାରେ । ଏଣୁ ଏଏସ୍‌ଆଇ ଟିମ୍‌ ପ୍ରଥମେ ଅନୁଧ୍ୟାନ କରିବା ପରେ ରତ୍ନଭଣ୍ଡାର ମରାମତି କରାଯିବ। ପରବର୍ତ୍ତୀ ସମୟରେ ଅଳଙ୍କାର କଥା ବିଚାର ହେବ ବୋଲି ଏଏସଆଇ ସୁପରିଟେଡ଼େଣ୍ଟ ଡି.ବି .ଗଡନାୟକ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ