Friday, March 20, 2026
21 C
Odisha

    ପାଣ୍ଡିଆନ ନିଷ୍ଠା, ସମର୍ପଣ ଭାବନା ନେଇ ରାଜ୍ୟ ଓ ଦଳ ପାଇଁ କାମ କରିଛନ୍ତି:ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଇଂରାଜୀ ଖବରକାଗଜରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ । ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହାଙ୍କୁ ଭେଟିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ, ବରଂ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ବିଜେପି ନେତୃବୃନ୍ଦକୁ ଅଫର ଦେଇଥିବା ନେଇ ଖବର ପ୍ରକାଶ ପାଇବା ପରେ ମୁହଁ ଖୋଲିଛନ୍ତି ନବୀନ।

    ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରି ନବୀନ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛ, ଉଦେଶ୍ୟ ପ୍ରଣୋଦିତ, ବିଭ୍ରାନ୍ତକାରୀ ଏବଂ ମାନହାନି କଲାଭଳି ଖବର। ପାଣ୍ଡିଆନ ନିଜର ଦକ୍ଷତା, ନିଷ୍ଠା, ସମର୍ପଣ ଭାବନା ନେଇ ଉଭୟ ରାଜ୍ୟ ଓ ଦଳ ପାଇଁ କାମ କରିଛନ୍ତି। ଏହି ସେବା ମନୋବୃତ୍ତି ପାଇଁ ପାଣ୍ଡିଆନ ଜଣାଶୁଣା ବୋଲି ନବୀନ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଯାଉଥିବା ବେଳେ ସାମ୍ନାକୁ ଆସି ନବୀନ କ୍ଲିନଚିଟ୍ ଦେଇଥିଲେ। ଏବେ ନବୀନ ପୁଣିଥରେ ସମାନ ଆଭିମୁଖ୍ୟ ଦେଖାଇ ବାର୍ତ୍ତା ଦେଇଛନ୍ତି ଯେ, ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିଲେ ମଧ୍ୟ ତାଙ୍କର ସୁରକ୍ଷା ଦାୟିତ୍ବ ସେ ନିଜେ ନେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    56 %
    1.1kmh
    100 %
    Fri
    33 °
    Sat
    33 °
    Sun
    34 °
    Mon
    35 °
    Tue
    37 °

    ସମ୍ବନ୍ଧିତ