Sunday, October 11, 2026
29.5 C
Odisha

    ମାଓ ଡମ୍ପରୁ ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

    ଆଗକୁ ପଢନ୍ତୁ

    ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ଯବାନମାନେ ସର୍ଚ୍ଚ ଅପରେସନରେ ମାଓ ଡମ୍ପ ଠାବ କରିଛନ୍ତି। ସେଠାରୁ ବନ୍ଧୁକ ସହିତ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲାର ଭେଜି ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଯବାନମାନେ ସର୍ଚ୍ଚ ଅପେରସନ କରୁଛନ୍ତି। ବସ୍ତର ଫାଇଟର ଓ ଡିଆରଜି ଯବାନମାନେ ଦନ୍ତେଶପୁରମ ଓ କୋରାଜଗୁଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା। ସେହି ରାସ୍ତାରୁ ଗୋଟିଏ ମାଓ ଡମ୍ପକୁ ଠାବ କରିଥିଲେ, ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ରଖିଥିଲେ। ସେଠାରୁ ୪ଟି ବନ୍ଧୁକ, ଗୁଳି, ମାଗାଜିନ୍, ଗ୍ରେନେଡ ଲଞ୍ଚର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ସୁକୁମା ଏସପି କିରଣ ଚୌହ୍ବାନ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ