Saturday, July 27, 2024
24.8 C
Odisha

    ପ୍ରଥମ ଟି-୨୦ : ଭାରତ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

    ଆଗକୁ ପଢନ୍ତୁ

    ମୋହାଲି: ମୋହାଲିର ପଂଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଭାରତ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଛି ।

    ଏହି ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦରାନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରିଥିଲେ । ତେବେ ଗୁରୁବାଜ ୨୩ ରନ ଓ ଜଦରାନ ୨୫ ରନରେ ଆଉଟ ହୋଇଥିଲେ । ସେହିପରି ମହମ୍ମଦ ନବି ୪୨ ରନ ଓ ଅଜମାତୁଲ୍ଲା ୨୯ ରନ କରିଥିଲେ । ନିଜିବୁଲ୍ଲା ଜଦରାନ ୧୯ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୮ ରନ କରିଥିଲା । ଭାରତ ପକ୍ଷରୁ ଅକ୍ଷର ପଟେଲ ଓ ମୁକେଶ କୁମାର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

    ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ୨ୟ ଟି-୨୦ ଆସନ୍ତା ୧୪ ତାରିଖ ରବିବାରଦିନ ଇନ୍ଦୋରଠାରେ ଓ ୩ୟ ଟି-୨୦ ୧୭ ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ