Monday, March 30, 2026
27.4 C
Odisha

    ଜୁଲାଇ ୨୮ରୁ ନକ୍ସଲଙ୍କ ସହିଦ ସପ୍ତାହ

    ଆଗକୁ ପଢନ୍ତୁ

    ମାଲକାନଗିରି: ନକ୍ସଲଙ୍କ ସହିଦ ସପ୍ତାହ। ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ପାଳିବେ ସହିଦ ଦିବସ। ଗାଁ ଗାଁରେ ନକ୍ସଲ ସହିଦସ୍ତମ୍ଭ କରିବା ସହ ଲୋକଙ୍କୁ ଏକଜୁଟ କରି ଏହି ଦିବସକୁ ମହାସମାରୋହରେ ପାଳନ କରନ୍ତି। ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ପୁଲିସ ତରଫରୁ ଜୋରଦାର କମ୍ବିଂ ସହ ସର୍ଚ୍ଚ ଅପରେସନକୁ ବଢାଇ ଦିଆଯାଇଛି। ସୀମାକୁ ସିଲ କରିଦେବା ସହ ଜିଲ୍ଲାରେ ହାଇଆଲର୍ଟ ଚାଲି କରାଯାଇଛି। କୌଣସି ଅଜଣା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଯାଞ୍ଚ କରାଯିବା ସହ ଯାନବାହାନକୁ ମଧ୍ୟ ଯାଞ୍ଚ କରାଯାଉଛି। କୌଣସି ଅଘଟଣକୁ ଏଡାଇବା ପାଇଁ ପୁଲିସ ସଜାଗ ରହିଛି।ଗୁଇନ୍ଦା ବିଭାଗକୁ ମଧ୍ୟ ସତର୍କ କରାଯାଇଛି। ନକ୍ସଲଙ୍କ ଗତିବିଧି ସଂପର୍କରେ ତୁରନ୍ତ ଖବର ଦେବା ମାତ୍ରେ ପୁଲିସ ଏବଂ ବିଏସଏଫ ଚଡାଉ କରିବ ବୋଲି ପ୍ରସ୍ତୁତ ରହିଛନ୍ତି।

    ତେବେ ସହିଦ ଦିବସରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି। ପୁଲିସକୁ ଟାର୍ଗେଟ କରିବା ସହ ଗାଁରେ ପୁଲିସ ଇନଫର୍ମରମାନଙ୍କୁ ମଧ୍ୟ ନକ୍ସଲ ହତ୍ୟା କରନ୍ତି। ସହିଦ ଦିବସରେ ସହିଦସ୍ତମ୍ଭ ନିକଟରେ ନାଚଗୀତ ସହ ଲୋକଙ୍କୁ ନିଜର ପରାକ୍ରମ ସଂପର୍କରେ ବଖାଣିଥାନ୍ତି। ଆଦିବାସୀ କୋୟା ଏବଂ ଗଣ୍ଡି ଭାଷାରେ ନକ୍ସଲ ଲୋକଙ୍କୁ କିପରି ସେମାନଙ୍କର ଜଳ,ଜଂଗଲ ଓ ଜମିକୁ ରକ୍ଷା କରୁଛନ୍ତି ସେନେଇ ବୁଝାଇଥାନ୍ତି। ତେବେ ପୁଲିସ ତରଫରୁ ସୀମାନ୍ତରେ ରହିଥିବା ସହିଦସ୍ତମ୍ଭଗୁଡିକକୁ ଧ୍ବଂସ କରିବା ସହ ଲୋକଙ୍କୁ ଏଥିରେ ଭାଗ ନନେବାକୁ ଅନୁରୋଧ କରିଛି। ଜିଲ୍ଲାରେ ନକ୍ସଲଙ୍କୁ ମୂଳପୋଛ କରାଯିବା ପରେ ସୀମାନ୍ତ ଛତିଶଗରେ ନକ୍ସଲଙ୍କ ଉତ୍ପାତ ବଢିଯାଇଛି। କିନ୍ତୁ ଛତିଶଗଡ଼ ସରକାର ପ୍ରତିଦିନ ନକ୍ସଲଙ୍କୁ ମାରିବାରେ ସଫଳ ହେଉଛି।ବହୁ ନକ୍ସଲ ମଧ୍ୟ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେଣି।

    ସପ୍ତାହବ୍ୟାପୀ ଚାଲିବାକୁଥିବା ଏହି ସହିଦ ଦିବସରେ ନକ୍ସଲ କି ପ୍ରକାର ରଣକୌଶଳ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ନକ୍ସଲ ପତରେ ପତରେ ଯାଉଥିବା ବେଳେ ପୁଲିସ ଡାଳେ ଡାଳେ ଯାଉଛି।ତେବେ ନିରୀହ ଜନତା ହିଁ ବଳି ପଡଛନ୍ତି।ପୁଲିସକୁ ସହଯୋଗ କଲେ ନକ୍ସଲ ହତ୍ୟା କରୁଥିବା ବେଳେ ନକ୍ସଲକୁ ସହଯୋଗ କଲେ ପୁଲିସ ନିର୍ଯାତନା ଦେବା ସହ ଜେଲରେ ଭର୍ତ୍ତି କରୁଛି।ତେଣୁ ସୀମାନ୍ତରେ ଲୋକେ ଭୟ ଓ ଆତଙ୍କରେ ରହିଛନ୍ତି।ନକ୍ସଲ ଛତିଶଗଡରେ ହିଂସା ଘଟାଇ ମାଲକାନଗିରି ସୀମାରେ ପଶିବାର ସଂଦେହ କରି ସୁରକ୍ଷାକର୍ମୀଙ୍କୁ ସୀମାରେ ତୟନାତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ