Thursday, April 2, 2026
26 C
Odisha

    ଏନଡିଏ ବୈଠକରେ ସର୍ବସମ୍ମତ ନେତା ନିର୍ବାଚିତ ହେଲେ ନରେନ୍ଦ୍ର ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଏନଡିଏ ବୈଠକରେ ସର୍ବସମ୍ମତ ନେତା ନିର୍ବାଚିତ ହୋଇଛନ୍ତି ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇବ ଟିମ୍ ଏନଡିଏ। ସେପଟେ ଏନଡିଏକୁ ଟିଡିପି ମୁଖ୍ଯ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର ସମର୍ଥନ ଦେବେ ବୋଲି ଲିଖିତ ଭାବେ କହିଛନ୍ତି। ସପ୍ତଦଶ ଲୋକସଭା ଭଙ୍ଗ କରିଛନ୍ତି ରାଷ୍ଟ୍ରପତି। କେନ୍ଦ୍ର କ୍ଯାବିନେଟର ସୁପାରିସ ଅନୁସାରେ ଲୋକସଭା ଭଙ୍ଗ ହୋଇଛି। ତୃତୀୟ ଥର ଲାଗି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ କରିଛି ଏନଡିଏ। ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଟିଡିପି ମୁଖ୍ଯ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ଯମନ୍ତ୍ରୀ ନୀତୀଶ କୁମାର, ଜେଡିୟୁ ନେତା ଲଲନ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ନିର୍ବାଚନରେ ଏନଡିଏ ୨୯୨ ଆସନ ପାଇଛି। ବିଶେଷ କରି ଟିଡିପି ଓ ଜେଡିୟୁ ହୋଇଛନ୍ତି କିଙ୍ଗ ମେକର। ୫୪୩ ଆସନ ମଧ୍ଯରୁ ଏନଡିଏ ୨୯୨ ଆସନ ହାସଲ କରିଛି। ସେପଟେ ଇଣ୍ଡିଆ ମେଣ୍ଟ ପାଇଛି ୨୩୨ ଆସନ। ଯାହାକି ମ୍ଯାଜିକ ନମ୍ବରଠାରୁ ୪୦ଟି କମ। ତେଣେ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁସାରେ ଜୁନ୍ ୮ ରେ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ