Monday, October 12, 2026
22.3 C
Odisha

    ଏତେ କୋଟିର ମାଲିକ ଜନସେନା ପାର୍ଟିର ମୁଖ୍ୟ ପୱନ କଲ୍ୟାଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଆନ୍ଧ୍ରପ୍ରଦେଶରେ ଏକ ଐତିହାସିକ ରାଜନୈତିକ ବିଜୟ ହାସଲ କରିଛି। ସୁପରଷ୍ଟାରଙ୍କ ପାର୍ଟି ଲୋକସଭାରେ ୨ଟି ଆସନ ପାଇବାରେ ସଫଳ ହୋଇଥିବା ବେଳେ ତାଙ୍କ ଦଳ ବିଧାନସଭାରେ ୨୧ଟି ଆସନ ପାଇଛି। ଏହି ବିଜୟ ପରେ ପୱନ କଲ୍ୟାଣଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି | ପ୍ରଥମେ ଅଭିନେତା ଓ ପରେ ନେତା ହୋଇଥିବା ପୱନ କଲ୍ୟାଣ କେତେ କୋଟିର ମାଲିକ ତାହା ଜାଣିବାକୁ ସମସ୍ତଙ୍କ ଉତ୍ସାହ ବଢିଛି |

    ଜାତୀୟ ଗଣମାଧ୍ୟମ ମୁତାବକ, ପୱନ କଲ୍ୟାଣ ମୋଟ ୧୩୬.୦୫କୋଟିର ମାଲିକ ଅଟନ୍ତି | ୨୦୧୯ରେ ତାଙ୍କର ମୋଟ ସମ୍ପତ୍ତି ୫୨.୮୫କୋଟି ଥିଲା, ଯାହା ପରେ ବଢି ୧୩୬କୋଟିରେ ପହଞ୍ଚିଛି | ଯଦି ଆମେ ତାଙ୍କ ମାସିକ ଆୟ ଦେଖିବା ତେବେ ସେ ମାସକୁ ୧.୫କୋଟି ଟଙ୍କା ଆୟ କରନ୍ତି | ଫିଲ୍ମ କଥା କହିବାକୁ ଗଲେ ଏବେ ସେ ତାଙ୍କର ପାରିଶ୍ରମିକ ବଢ଼ାଇଥିବା ଜଣାପଡିଛି | ଆଗରୁ ସେ ଗୋଟାଏ ଫିଲ୍ମ ପାଇଁ ୧୦-୧୨ କୋଟି ଟଙ୍କା ପାରିଶ୍ରମିକ ନେଉଥିବା ବେଳେ ଫିଲ୍ମ ‘ବକିଲ ସାବ’ର ସଫଳତା ପରେ ସେ ନିଜର ପାରିଶ୍ରମିକ ୫୦କୋଟିକୁ ବଢ଼ାଇଛନ୍ତି | ବିଜୟୱାଡାରେ ତାଙ୍କର ୧୬କୋଟିର ଘର ଥିବା ବେଳେ ହାଇଦ୍ରାବାଦର ଜୁବଲି ହିଲସରେ ୧୨କୋଟିର ବିଳାସପୂର୍ଣ୍ଣ ବଙ୍ଗଳା ରହିଛି |

    ତେବେ ନିର୍ବାଚନ ଜିତିବା ପରେ ପୱନ କଲ୍ୟାଣ ମଙ୍ଗଳବାର କହିଥିଲେ ଯେ, ସମଗ୍ର ଦେଶରେ ତାଙ୍କର ଦଳ ହେଉଛି ଏକମାତ୍ର ଦଳ ଯିଏ ପ୍ରତିଦ୍ୱନ୍ଦ୍ୱିତା କରି ୧୦୦ପ୍ରତିଶତ ଆସନ ଜିତିଛି। ଆନ୍ଧ୍ରପ୍ରଦେଶର ଅମରାବତୀରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ଆନ୍ଧ୍ରପ୍ରଦେଶରେ ଏନଡିଏ ଏକ ଦାୟିତ୍ୱପୂର୍ଣ୍ଣ ସରକାର ଗଠନ କରିବ ଏବଂ ଜନସେନା ନିର୍ବାଚନ ପୂର୍ବରୁ ଦେଇଥିବା ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ