Saturday, October 10, 2026
27.9 C
Odisha

    ଗୁଗୁଲର ନୂଆବର୍ଷ ଉପହାର, ଏବେ ଆପଣଙ୍କ ଡାଟା ଟ୍ରାକ୍ କରିପାରିବ ନାହିଁ ଓ୍ବେବସାଇଟ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂଆ ବର୍ଷ ଅର୍ଥାତ୍ ୨୦୨୪ ପରେ ଗୁଗୁଲ୍ ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଏକ ନୂଆ ଉପହାର ଦେଇଛି। ଏବେ ଗୁଗଲର କ୍ରୋମ୍ ରେ ୱେବସାଇଟ୍ ବ୍ରାଉଜ କରୁଥିବା ୟୁଜର୍ସଙ୍କ ଡାଟାକୁ କେହି ଟ୍ରାକ୍ କରିପାରିବେ ନାହିଁ । ଯେତେବେଳେ ବି ଆପଣ ଗୁଗୁଲ କିମ୍ବା ଗୁଗୁଲ କ୍ରୋମ୍ ରେ କୌଣସି ୱେବସାଇଟ୍ ଖୋଲନ୍ତି, ସେତେବେଳେ ଏକ ବିକଳ୍ପ ଆସେ ଯେଉଁଥିରେ ଲେଖାରହେ କୁକିଜ୍ ଗ୍ରହଣ କରନ୍ତୁ (Accept all Cookies), ଯାହାକୁ ଗ୍ରହଣ କରିବା ପରେ ସେହି ୱେବସାଇଟକୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ ବୋଲି ଦାବି କରାଯାଏ, କିନ୍ତୁ ପ୍ରକୃତରେ ସେହି କୁକିଜ୍ ଗ୍ରହଣ କରିବା ପରେ ସେହି ୱେବସାଇଟ୍ ଆପଣଙ୍କ ଡାଟା ଟ୍ରାକ୍ କରିବା ଆରମ୍ଭ କରିଥାଏ । ଏହି ଟ୍ରାକ୍ ହୋଇଥିବା ଡାଟା ବ୍ୟବହାରକାରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିଜ୍ଞାପନ ଦେଖାଇବା ପାଇଁ ବ୍ୟବହୃତ ହୁଏ ।

    ଗୁଗଲ ନିଜର କ୍ରୋମ୍ ବ୍ରାଉଜରରେ ଏକ ନୂଆ ଫିଚର ସାମିଲ କରିଛି, ଯାହା ସାହାଯ୍ୟରେ ୟୁଜର୍ସମାନେ ତୃତୀୟ ପକ୍ଷ କୁକିଜକୁ ଡିଜାବଲ (ଆକ୍ଷମ) କରିପାରିବେ । ଏହି ୱେବ୍ କୁକିଜ୍ ବହୁତ ଛୋଟ ଫାଇଲ୍, ଯାହା କୌଣସି ୱେବସାଇଟ୍ ଖୋଲିବା ସମୟରେ ୟୁଜର୍ସଙ୍କ ଫୋନରେ କିମ୍ବା ସିଷ୍ଟମରେ ସେଭ୍ ହୋଇଯାଇଥାଏ। ଏହି କାରଣରୁ ଆପଣ ଥରେ ଏକ ନିର୍ଦ୍ଦିଷ୍ଟ ଜିନିଷ ବିଷୟରେ ସର୍ଚ୍ଚ କଲେ ଆପଣଙ୍କୁ ଏହା ସହ ଜଡିତ ସମସ୍ତ ବିଜ୍ଞାପନ ବାରମ୍ବାର ଦେଖିବାକୁ ମିଳିବ । ଏହା ଅନେକ ବ୍ୟବହାରକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଏବେ ଏହି ଫିଚରର ପରୀକ୍ଷଣ ଚାଲିଛି ଓ ଖୁବଶୀଘ୍ର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ