Saturday, October 10, 2026
27.9 C
Odisha

    ‘ପଦ୍ମପୁର ସ୍ୱତନ୍ତ୍ର ଜିଲ୍ଲା ଗଠନ’ ନିର୍ବାଚନ ପ୍ରତିଶ୍ରୁତି ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ: ପ୍ରଦୀପ ପୁରୋହିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୬/୦୧: ନିର୍ବାଚନ ହେଉ ଅବା ଉପନିର୍ବାଚନ ବେଳେ ବିଜୁ ଜନତା ଦଳ ଭୋଟ ହାତେଇବା ପାଇଁ ବିିଭିନ୍ନ ଯୋଜନା ଘୋଷଣା କରିବା ସହ ଲୋକଙ୍କୁ ଭୂଆଁ ବୁଲାଇଥାଏ । ବାସ୍ତବ କ୍ଷେତ୍ରରେ ନିର୍ବାଚନ ସରିଲେ ମୁଖ୍ୟମନ୍ତ୍ରୀ ସମସ୍ତ କଥା ଭୁଲିଯାଇଥାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହା ଚିରାଚରିତ ଅଭ୍ୟାସ । ସେହିପରି ଗତ ଡିସେମ୍ବର ୨୦୨୨ମସିହାରେ ପଦ୍ମପୁର ବିଧାନସଭା ଉପନିର୍ବାଚନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ସ୍ଥାନ ଯଥା -ପଦ୍ମପୁର, ପାଇକମାଳ ଓ ଝାଡବନ୍ଧରେ ଜନସମାବେଶ କରି ବିଜେଡିର ପ୍ରାର୍ଥୀ ବିଜୟୀ ହେଲେ ପଦ୍ମପୁର ସବଡିଭିଜନକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବେ ବୋଲି ଘୋଷଣା କରିଥିଲେ । ଏତଦ୍‌ସହ ୨ଶହ କୋଟି ଟଙ୍କା ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି, ପଦ୍ମପୁର ଅଂଚଳରେ ବନ୍ଦ ଥିବା ୬୦ଟି ବିଦ୍ୟାଳୟ ଖୋଲିବା ଭଳି ଅନେକ ପ୍ରତିଶ୍ରୁତି ଦେଇଥିଲେ । ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ବିଜୟୀ ହେଲା, ପରେ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ପୁଣି ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତ କରିଥିଲେ । ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ସବ୍‌ଡିଭିଜନକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେବା ପାଇଁ ତାଙ୍କ ପ୍ରତିଶ୍ରୁତି ଦୋହରାଇ ଥିଲେ । ଡିସେମ୍ବର ୩୦ସୁଦ୍ଧା ପଦ୍ମପୁର ସବ୍‌ଡିଭିଜନ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବ ବୋଲି ପଦ୍ମପୁରରେ କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ଏଯାଏଁ ପୂରଣ ନହେବାରୁ ଆଜି ଭାରତୀୟ ଜନତା ପାର୍ଟି ପଦ୍ମପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ସୁରେଶ ମହାପାତ୍ରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
    ଏତଦ୍‌ସହ ୨୦୧୬ ମସିହାରେ ଚାଷୀ ସମାବେଶରେ ପ୍ରତି କ୍ୱଂଟାଲରେ ୧୦୦ଟଙ୍କା ବୋନସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଆଜିଯାଏଁ ପାଳନ ହେଲା ନାହିଁ । ଛତିଶଗଡରେ ଚାଷୀ ୩୨ଶହ ଟଙ୍କାରେ ଧାନ ବିକ୍ରି କରୁଥିବାବେଳେ ଓଡ଼ିଶାରେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ପାଉନାହାନ୍ତି । ପ୍ରତି ମଣ୍ଡିରେ କଟନୀ ଛଟନୀ ଚାଲିଛି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ କଥାକୁ ରକ୍ଷା କରି ଓଡିଶାର ଚାଷୀଙ୍କୁ ବୋନସ୍ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ