Monday, March 30, 2026
33.2 C
Odisha

    ନୂଆ ରାସନକାର୍ଡ ପାଇଁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଡିଲର

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା: ରାସନ୍‌ ପାଇଁ ମହିଳାଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଡିଲର୍‌। ଯିଏ ତାଙ୍କ କଥାରେ ରାଜି ହେଉଥିଲା, ତା’କୁ ବରାବର୍‌ ରାସନ୍‌ ମିଳୁଥିଲା। ଆଉ ଯିଏ ଅମଙ୍ଗ ହେଉଥିଲା, ତାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରୁଥିଲେ। ଏପରିକି ତା’ର କାର୍ଡ ମଧ୍ୟ କାଟି ଦେଉଥିଲେ। ଖାଲି ସେତିକି ନୁହେଁ, ରାସନ୍‌କାର୍ଡରେ ନୂଆ ନାଁ ସଂଯୋଗ ପାଇଁ ମଧ୍ୟ ସେ ନୂଆ ନୂଆ ମହିଳା ଓ ଯୁବତୀଙ୍କୁ ଏମିତି ଜାଲରେ ଫସାଇ ଯୌନ ନିର୍ଯାତନା ଦେଉଥିଲେ। ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ମଙ୍ଗରାଜପୁର ଅଞ୍ଚଳରେ ବର୍ଷ ବର୍ଷ ଧରି ଅତି ସନ୍ତର୍ପଣରେ ଏଭଳି କାରବାର ଚଳାଇ ଆସୁଥିବା ଜଣେ ଡିଲର୍‌ଙ୍କ କଳାକାରନାମା ଆଜି ପଦାକୁ ଆସିବା ପରେ ଜିଲ୍ଲାବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଉକ୍ତ ଅଞ୍ଚଳର କିଛି ମହିଳାଙ୍କ ପୁଳାପୁଳା ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଏ ପୂରା କଳାକାରନାମା ଉପରୁ ପରଦା ହଟିଛି। ଏହି ପଞ୍ଚାୟତରେ ଥିବା ଏକ ନିର୍ଦ୍ଦିଷ୍ଟ ଏସଏଚ୍‌‌ଜି ଗ୍ରୁପରୁ ଡିଲର ପ୍ରଦାନ କରାଯାଇଥିଲା। ଏହାକୁ ଅଞ୍ଚଳର ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ପରିଚାଳନା କରିଆସୁଛନ୍ତି। ହେଲେ ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିଜଣଙ୍କ ମହିଳା, ଯୁବତୀଙ୍କୁ ଟାର୍ଗେଟ କରି ଏଭଳି ଯୌନ ନିର୍ଯାତନା ଦେଇ ଆସୁଛନ୍ତି। ସେ ଯେଉଁ ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରନ୍ତି ସେମାନଙ୍କ ମୋବାଇଲ ନମ୍ୱର ନେଇ କଲ କରିଥା’ନ୍ତି। ପରେ ପ୍ରେମଆଳାପ ହେବାକୁ ବାଧ୍ୟ କରନ୍ତି। ଯଦି ଏଥିରେ କେହି ରାଜି ନ ହୁଅନ୍ତି ତାଙ୍କ ରାସନ କାର୍ଡ କାଟି ଦେବାର ଧମକ ଦେଇଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ