Wednesday, April 8, 2026
36.5 C
Odisha

    କେତେ ମଲେ ଚେତିବ NHAI; ପଳାଶୁଣି ଛକ ନେଉଛି ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରତି ମାସରେ ଏଠି ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିବାରେ ଲାଗିଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଜନଜୀବନହାନୀ ହେଉଛି। ଗତକାଲି ଜଣେ ବୃଦ୍ଧା ରାସ୍ତା ଅତିକ୍ରମ କରୁଥିବାବେଳେ ଟ୍ରକ୍‌‌ରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଏଠାରେ ଏକ ଫୁଟ୍‌‌ ଓଭରବ୍ରିଜ୍‌‌(ଏଫ୍‌‌ଓବି) ହେବା ନେଇ ୨୦୨୧ ମସିହାରୁ ଘୋଷଣା ହୋଇଥିଲେ ବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ଏହି ଏଫ୍‌‌ଓବି ଘୋଷଣାର ମାତ୍ର କିଛି ଦିନ ପୂର୍ବରୁ ନୂଆପଲ୍ଲୀ ଓ ସତ୍‌‌ସଙ୍ଗ ବିହାର ଏଫ୍‌‌ଓବି ହେବ ବୋଲି ଘୋଷଣା ହୋଇଥିଲା। ବିଳମ୍ବରେ ହେଉ ପଛେ ସେହି ଏଫ୍‌‌ଓବି କାମ ମୋଟାମୋଟି ଭାବେ ଶେଷ ହୋଇଗଲାଣି। ଲୋକମାନେ ତା’ ଉପର ଦେଇ ଯାତାୟାତ କଲେଣି। ମାତ୍ର ପଳାଶୁଣି ଏଫ୍‌‌ଓବି ନଥିବାରୁ ଜାତୀୟ ରାଜପଥ ପାରି ହେବାବେଳେ ସାଧାରଣ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି। ୨୦୨୧ ମସିହା ମଧ୍ୟ ଭାଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଳାଶୁଣିରେ ଏଫ୍‌‌ଓବି ହେବା ନେଇ ନିଜ ‘ଏକ୍ସ’ ହାଣ୍ଡେଲ୍‌‌ରେ ଘୋଷଣା କରିଥିଲେ। ଏଫ୍‌‌ଓବି ପାଇଁ କେନ୍ଦ୍ର ନିକଟରେ ଗୁହାରୀ କରି ସେ ସଫଳ ହୋଇଛନ୍ତି ବୋଲି କହି ବହୁ ବାହାବା ସାଉଁଟିଥିଲେ। ମାତ୍ର ବର୍ତ୍ତମାନ ତାଙ୍କ କାର୍ଯ୍ୟକାଳ ସରିବାକୁ ବସିଲାଣି, ହେଲେ ଏଫ୍‌‌ଓବିର ନାଁ ଗନ୍ଧ ନାହିଁ। ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଛକ ହେଉଛି ପଳାଶୁଣି ଛକ। ପ୍ରତିଦିନ ଏହି ସ୍ଥାନରୁ ଦୂରଦୂରାନ୍ତକୁ ଶତାଧିକ ଲୋକ ବସ୍‌‌ ଯୋଗେ ଯାତାୟାତ କରୁଛନ୍ତି। ତେଣୁ ଦିନ ହେଉ ଅବା ରାତି ସବୁ ସମୟରେ ରାସ୍ତା ପାରି ହେବାକୁ ପଡ଼ୁଛି। ସେହିଭଳି ଜିଜିପି କଲୋନୀ, ମଳୟ ବିହାର, ରସୁଲଗଡ଼ ଗାଁ ଆଦିରେ ବସବାସ କରୁଥିବା ଲୋକମାନେ କଟକ ପାର୍ଶ୍ବକୁ ବସ୍‌‌ କିମ୍ବା ଅଟୋ ଯୋଗେ ଯିବାକୁ ହେଲେ ଏହି ଛକରୁ ଯାଉଛନ୍ତି। ଫଳରେ ବିପଦସଂକୁଳ ଅବସ୍ଥାରେ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି। ଭାଗ୍ୟ ଭଲ ଓ ସତର୍କ ଥିବା ଲୋକ ଜୀବନକୁ ବାଜି ଲଗାଇ ଯେନତେନ ପ୍ରକାରେ ପାରି ହୋଇଯାଉଛନ୍ତି। ଟିକେ ଅସାବଧାନ ବା ଅନ୍ୟମନସ୍କ ହେଲେ ଜୀବନ ଯିବା ଥୟ ହୋଇଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ