Sunday, October 4, 2026
29.6 C
Odisha

    ଚାକିରୀ ନ ମିଳିବାରୁ ଧାରଣାରେ ବସି ଆଳୁ ବିକିଲେ ଟାଏକୋଣ୍ଡୋ ଖେଳାଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନ ମିଳିବା କାରଣରୁ ଧାରଣାରେ ବସି ପ୍ରତିବାଦ କରିଛନ୍ତି ପୂର୍ବତନ ଟାଏକୋଣ୍ଡୋ ଖେଳାଳି ଡ. ଅର୍ଚ୍ଚନା କାନୁନ୍‌ଗୋ। ୨୦୦୦ରେ ରାଜ୍ୟ ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ବିଜୟୀ ହୋଇଥିବା ଅର୍ଚ୍ଚନା ସମାନ ବର୍ଷରେ ଜାତୀୟସ୍ତରରେ ଚତୁର୍ଥ ସ୍ଥାନରେ ରହିଥିଲେ। ଏହା ବ୍ୟତୀତ ରାଜ୍ୟର ପ୍ରତିନିଧିତ୍ୱ କରି ଏକାଧିକ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ନ ମିଳିବା କାରଣରୁ ସେ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ସହିତ ଆଳୁ ବିକ୍ରି କରୁଛନ୍ତି। ଇତିମଧ୍ୟରେ ଅର୍ଚ୍ଚନାଙ୍କ ଆନ୍ଦୋଳନକୁ ୧ ମାସ ବିତି ଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳି ନ ଥିବା ସେ କହିଛନ୍ତି। ମୁଖ୍ୟ ଶାସନ ସଚିବ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିବା ବେଳେ ସେ ଧାରଣାରୁ ଉଠିଥିଲେ। ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୯୪ଜଣଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ମିଳିଥିଲା। ତାଲିକାରେ ଅର୍ଚ୍ଚନାଙ୍କ ନାମ ନ ଥିବାରୁ ସେ ପୁଣି ଧାରଣାରେ ବସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ୫-ଟି ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅର୍ଚ୍ଚନା କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ